Latest Odisha News

ୱାଙ୍ଖେଡରେ ଅଭିଷେକ ଝଡ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ୫ମ ଟି୨୦ ମ୍ୟାଚରେ ୱାଙ୍ଖେଡରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଅଭିଷେକଙ୍କ ବ୍ୟାଟିଂ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୪୭ ରନ ସଂଗ୍ରହ କରିଛି । ଅଭିଷେକ ମାତ୍ର ୩୭ ବଲରେ ଶତକ ହାସଲ କରିଥିଲେ । ସେ ଆନ୍ତର୍ଜାତୀୟ ଟି୨୦ରେ ଓଭରାଲ ତୃତୀୟ ଓ ଭାରତ ପକ୍ଷରୁ ୨ୟ ଖେଳାଳି ଭାବେ ଦ୍ରୁତ ଶତକ ହାସଲ କରିଛନ୍ତି । ଡେଭିଡ ମିଲର ୩୫ ଓ ରୋହିତ ଶର୍ମା ୩୫ ବଲରେ ଶତକ ଅର୍ଜନ କରି ତାଙ୍କଠାରୁ ଆଗରେ ରହିଛନ୍ତି । ଅଭିଷେକ ୧୭ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ପୂର୍ଣ୍ଣ ସଦସ୍ୟ ଦେଶର ଖେଳାଳିଙ୍କ ମଧ୍ୟରେ ତୃତୀୟ ଖେଳାଳି ଭାବେ ଦ୍ରୁତ ଶତକ ହାସଲ କରିଛନ୍ତି ।

ଅଭିଷେକ ୫୪ ବଲରୁ ୭ ଚୌକା ଓ ୧୩ ଛକା ସହାୟତାରେ ୧୩୫ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ ୩୦ ରନ କରିଥିଲେ । ଟିମ ଇଣ୍ଡିଆ ୬.୩ ଓଭରରେ ୧୦୦ ରନ ସଂଗ୍ରହ କରି ନେଇଥିଲା । ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଭାରତ ୭.୧ ଓଭରରେ ୧୦୦ ରନ ପୂରଣ କରିଥିଲା । ଟି୨୦ର ପ୍ରଥମ ୧୦ ଓଭରରେ ଭାରତ ପକ୍ଷରୁ ସର୍ବାଧିକ ୧୩ ଛକା ମାରିଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଅଗ୍ରଣୀ ରହିଛି ।

Comments are closed.