ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜେରାର ସମ୍ମୁଖୀନ ହେବା ବେଳେ ଦଳ ଛାଡିବାକୁ ଚାପ ପ୍ରୟୋଗ ହେଉଛି। ସୋମବାର ୯ ଘଣ୍ଟା ଜେରାର ସାମ୍ନା କରି ସିବିଆଇ ଅଫିସରୁ ବାହାରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଅନ୍ୟତମ ଶୀର୍ଷ ନେତା ମନୀଷ ସିସୋଦିଆ। ଏହାପରେ ସିବିଆଇ ଅଧିକାରୀଙ୍କୁ ନେଇ ଏପରି କିଛି ପରୋକ୍ଷରେ କହିଥିଲେ। ଯାହାକୁ ଏବେ ଖଣ୍ଡନ କରିଛି ସିବିଆଇ। ଏଥିସହ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।
ସିବିଆଇ ଏକ ବିବୃତ୍ତି ଜାରି କରି କହିଛି ଯେ, ଏଫଆଇଆର ଅଭିଯୋଗ ଏବଂ ତଦନ୍ତ ସମୟରେ ଏପର୍ଯ୍ୟନ୍ତ ମିଳିଥିବା ପ୍ରମାଣ ଉପରେ ପଚରାଯାଇଥିଲା। ହେଲେ ସିବିଆଇ ଅଫିସରୁ ବାହାରି ସିସୋଦିଆ ଯେଉଁ ବୟାନ ଦେଇଛନ୍ତି ଏବଂ କିଛି ଗଣମାଧ୍ୟମରେ ସଂପୃକ୍ତ ଭିଡିଓ କ୍ଲିପର ଅଂଶକୁ ଦେଖିବା ପରେ ସିବିଆଇ ଏଭଳି ଅଭିଯୋଗକୁ ଅସ୍ୱୀକାର କରୁଛି। ଏଫଆଇଆରରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅନୁଯାୟୀ ସିସୋଦିଆଙ୍କୁ ଜେରା କରାଯାଇଛି। ଏହି ମାମଲାରେ ଆଇନ ତା ବାଟରେ କାମ କରୁଛି। ସଂପୃକ୍ତ ବିବୃତ୍ତିକୁ ତଦନ୍ତ ପରିସରଭୁକ୍ତ କରାଯାଇ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସିବିଆଇ ସୋମବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ୯ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା। ସେ ସକାଳ ୧୧ଟା ୧୫ ମିନିଟରେ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ। ୯ ଘଣ୍ଟା ଜେରାର ସାମ୍ନା କରିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସିସୋଦିଆ ଦାବି କରିଛନ୍ତି ଯେ ତାଙ୍କୁ ଆମ୍ ଆଦମୀ ପାର୍ଟି ଛାଡିବାକୁ ଚାପ ପକାଯାଉଛି। ଏବଂ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦବୀ ଅଫର୍ କରାଯାଇଛି ନହେଲେ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଯେତେବେଳେ ସେ କହିଲେ ତାଙ୍କ ବିରୋଧରେ କୌଣସି ମାମଲା ନାହିଁ, ସେତେବେଳେ କୁହାଯାଇଥିଲା ଯେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମଧ୍ୟ କୌଣସି ମାମଲା ନାହିଁ କିନ୍ତୁ ତଥାପି ସେ ଜେଲରେ ଅଛନ୍ତି। ଦଳ ଛାଡିବାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି।
ବିଜେପି କହିଛି ଯେ ୧୦ ହଜାର କୋଟି ଟଙ୍କାର ଦୁର୍ନୀତି ମାମଲା। ସିବିଆଇ କାର୍ଯ୍ୟାଳୟରେ କିନ୍ତୁ କୌଣସି ଘୋଟାଲା ହୋଇଥିବା ଜଣାପଡୁନି। ଏହା ଏକ ‘ମିଛ ମାମଲା’। ମୋ ବିରୋଧରେ ହୋଇଥିବା ଏହି ମିଛ ମାମଲା ହେଉଛି ଦିଲ୍ଲୀରେ ବିଜେପିର ‘ଅପରେସନ୍ ଲୋଟସ୍’ ସଫଳ କରିବା ପାଇଁ ଏକ ଷଡଯନ୍ତ୍ର।
Comments are closed.