Latest Odisha News

ହ୍ୱାଟସଆପରେ ଟଙ୍କା ମାଗୁଛନ୍ତି ତିନି ଆଇଏଏସ ?

ଭୁବନେଶ୍ୱର: ହ୍ୱାଟସଆପରେ ଟଙ୍କା ମାଗୁଛନ୍ତି ତିିନି ଆଇଏଏସ? ହଁ ଆଜ୍ଞା ଏହି ତିନି ଆଇଏଏସ ଲୋକସଭା ଭବନରେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଯେଉଁ ହ୍ୱାଟସଆପ ଆକାଉଣ୍ଟରୁ ଟଙ୍କା ମଗାଯାଉଛି ସେଥିରେ ଡିପିରେ ତିନି ଆଇଏଏସଙ୍କ ଫଟୋ ରହିଛି । କିନ୍ତୁ ସେହି ନମ୍ବର ତାଙ୍କର ନୁହଁ। ତିନି ଆଇଏଏସଙ୍କ ଫଟୋ ବ୍ୟବହାର କରି ବିଭିନ୍ନ ଲୋକଙ୍କୁ ଅସୁବିଧାରେ ଅଛନ୍ତି କହି ପଇସା ମଗାଯାଉଥିବା ସୂଚନା ମିଳିଛି। ଏହାପରେ ସଂପୃକ୍ତ ତିନି ଆଇଏଏସ ଥାନାରେ ଅଭିଯୋଗ କରିନଥିଲେ ବି ପୋଲିସ ଡିଜିଙ୍କୁ ଅବଗତ କରାଇଥିବା ସୂଚନା ରହିଛି।

ନିକଟରେ ଢେଙ୍କାନାଳରୁ ପ୍ରି ଆକ୍କଟିଭେଟେଡ ସିମ୍ କାରବାରକୁ ଧରିଥିଲା କ୍ରାଇମବ୍ରାଞ୍ଚ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ, ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଫେକ୍ ହ୍ୱାଟସଆପ ଆକାଉଣ୍ଟ ଖୋଲି ଟଙ୍କା ମଗାଯାଉଥିବାର ଅଭିଯୋଗ ଥିଲା। ସାଇବର ଅପରାଧୀମାନେ ଏହି ପ୍ରି ଆକ୍ଟିଭେଟେଡ ସିମ୍ ଜରିଆରେ ଲୋକଙ୍କୁ ଠକିବାକୁ ପ୍ରୟାସ କରିଥିଲେ ବୋଲି ଜଣାପଡିଥିଲା।

ଏବେ ପୁଣିଥରେ ସମାନ ଷ୍ଟାଇଲରେ ଲୋକସେବା ଭବନର ତିନି ପ୍ରଶାସନିକ ଅଧିକାରୀଙ୍କ ହ୍ୱାଟସଆପ୍ ଆକାଉଣ୍ଟ ହ୍ୟାକ କରାଯାଇ ଲୋକଙ୍କଠୁ ଲୁଟିବାକୁ ପ୍ରୟାସ ହୋଇଥିବା ସୂଚନା ରହିଛି। ତେବେ ଏହି ତିନି ଆଇଏଏସଙ୍କ ଫଟୋ ସେମାନେ ଇଣ୍ଟରନେଟରେ ପାଇଥିବା ସୂଚନା ରହିଛି। ତେବେ ଅନ୍ ଲାଇନରେ ବିଭିନ୍ନ ସରକାରୀ ଓ୍ୱେବସାଇଟରେ ଆଇଏଏସଙ୍କ ମୋବାଇଲ ନମ୍ବର ରହିଥାଏ। ସେଠାରୁ ହ୍ୟାକରମାନେ ଆଇଏଏସ ଅଧିକାରୀଙ୍କ ନମ୍ବର ପାଇଥିବା ସୂଚନା ରହିଛି।

Leave A Reply

Your email address will not be published.