Latest Odisha News

BREAKING NEWS

ତରବରିଆ ଭାବେ ନିଷ୍ପତି ନେଇଗଲେ କି କିଶାନ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ଈଶାନ କିଶାନ ତରବରିଆ ଭାବେ ଏକ ବଡ ନିଷ୍ପତି ନେଇ ଯାଇଛନ୍ତି । ଦୀପକ ଚହରଙ୍କ ବଲକୁ ଲେଗ ସାଇଡ ବାହାର ବଲକୁ ଈଶାନ ଠିକ ଭାବେ ଖେଳି ପାରି ନ ଥିଲେ । ୱିକେଟକିପର ଓ ବୋଲର ଅପିଲ ନ କରିବା ପୂର୍ବରୁ ଈଶାନ ପ୍ୟାଭିଲିୟନକୁ ଫେରି ଯାଇଥିଲେ । ଈଶାନ ଯାଉଥିବା ଦେଖି ଚହର ଅମ୍ପାୟରଙ୍କ ଆଡକୁ ଅନାଇଥିଲେ । ଅମ୍ପାୟର ମଧ୍ୟ ଦ୍ୱନ୍ଦ୍ୱରେ ଆଉଟ ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏହା ପରେ ଈଶାନଙ୍କ ନିକଟକୁ ଯାଇ କଥା ହୋଇଥିଲେ । ସ୍ନିକୋମିଟରରେ ବଲ ବ୍ୟାଟରେ ବାଜି ନ ଥିବା ସ୍ପଷ୍ଟ ଭାବେ ଜଣା ପଡିଥିଲା । ମାତ୍ର ସେତେବେଳକୁ କିଶାନ ପ୍ୟାଭିଲିୟନକୁ ଫେରି ଯାଇଥିଲେ ।

ଏହି ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ହାଇଦ୍ରାବାଦ ବଡ ସ୍କୋର କରିବାକୁ ବିଫଳ ହୋଇଥିଲା । ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ ରଖିବା ପାଇଁ ମୁମ୍ବାଇ ନିକଟରେ ଏବେ ସୁବର୍ଣ୍ଣ ସୁଯୋଗ ରହିଛି । ଆନ୍ତର୍ଜାତୀୟ କ୍ରିକେଟରେ ସଚିନ ତେନ୍ଦୁଲକର ଓ ଆଡାମ ଗିଲକ୍ରିଷ୍ଟଙ୍କ ପରି ମହାନ ଖେଳାଳି ଅନେକ ଥର ଅମ୍ପାୟରଙ୍କ ନିଷ୍ପତିକୁ ଅପେକ୍ଷା ନ କରି ପ୍ୟାଭିଲିୟନକୁ ଫେରିଛନ୍ତି । ତେବେ ଈଶାନଙ୍କ କ୍ଷେତ୍ରରେ ଏହି ନିଷ୍ପତି ଭୁଲ ପ୍ରମାଣିତ ହୋଇଛି ।

Comments are closed.