ନୂଆଦିଲ୍ଲୀ: କଶ୍ମୀରର ଆତଙ୍କବାଦୀଙ୍କୁ ଆଇଏସଆଇ ଆଫଗାନିସ୍ତାନ ପଠାଉଛି । ଶନିବାର ୟୁରୋପିଆନ ଫାଉଣ୍ଡେସନ ଫର ସାଉଥ ଏସିଆନ୍ ଷ୍ଟଡିଜ ଏହି ରିପୋର୍ଟ ପ୍ରକାଶ କରିଛି । କିଛି ଦିନ ତଳେ କାବୁଲରେ ହୋଇଥିବା ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଇଏସଆଇର ହାତ ଥିଲା । ଏହାର ଅଭିଯୋଗରେ ଆଫଗାନିସ୍ତାନ ସିକ୍ୟୁରିଟି ଏଜେନ୍ସି ଅବଦୁଲ୍ଲା ଅରକାଜାଇ ଓ ଏହାର ୧୯ ସହଯୋଗୀଙ୍କୁ ଗିରଫ କରିଛି ।
ଉକ୍ତ ଆତଙ୍କବାଦୀ ଶ୍ରୀନଗର ଅଂଚଳର ହୋଇଥିଲେ ମଧ୍ୟ ପାକିସ୍ତାନରେ ପ୍ରଶିକ୍ଷଣ ନେଇଥିଲା । ଫାରୁକଙ୍କ ହକନାନୀ ଓ ଲଶ୍ମର ତୋଇବା ମଧ୍ୟରେ ଭଲ ସମ୍ପର୍କ ରହିଛି । ଏ ସମସ୍ତ ଟେରର ଗ୍ରୁପକୁ ଆଇଏସଆଇ ପରିଚାଳନା କରୁଛି ।
Comments are closed.