Latest Odisha News

BREAKING NEWS

କରୋନା ଅପଡେଟ୍‌; ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପୁଡିଆ ବାଣ୍ଟିଲା ଯୁବୋଦୟ !

କେନ୍ଦ୍ରାପଡା: କରୋନା ମହାମାରୀରେ ସାରା ଦେଶ ଲକ୍‌-ଡାଉନ୍ । ସଚେତନତା ହେଉ ଅବା ସରକାରୀ ନିର୍ଦ୍ଦେଶର ବାଧ୍ୟବଧକତା । ସମସ୍ତେ ଏବେ ଘରେ ରହିଛନ୍ତି । ହେଲେ ଏଭଳି ଆପାତକାଳୀନ ସ୍ଥିତିରେ ବି କାମ ବନ୍ଦ କରିନାହାନ୍ତି ରାଜ୍ୟର କୌଣସି ପୌରପାଳିକା ।

କେନ୍ଦ୍ରାପଡା ପୌରପାଳିକାର ସଫେଇ କର୍ମଚାରୀଙ୍କର କର୍ତ୍ତବ୍ୟନିଷ୍ଠା ଦେଖି ଏକ ସାମାଜିକ ଯୁବ ସଙ୍ଗଠନ ସେମାନଙ୍କୁ ସହାୟତାର ହାତ ବଢାଇଛି । ସଫେଇ କର୍ମଚାରୀଙ୍କୁ ଯୁବ ସାମାଜିକ ସଙ୍ଗଠନ ଯୁବୋଦୟ ତରଫରୁ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି । ଏହି ନିଃସ୍ୱାର୍ଥପର ସହଯୋଗରେ ସଙ୍ଗଠନର ପ୍ରମୁଖ ସଦସ୍ୟମାନେ ସାମିଲ ହୋଇଥିଲେ ।

ଅନେକ ସଙ୍ଗଠନ ବିଭିନ୍ନ ପ୍ରକାର ସହାୟତା କରି କରୋନା ଯୁଦ୍ଧରେ ପରୋକ୍ଷ ଭାବେ ସାମିଲ ହୋଇଛନ୍ତି । ଏପରି ସ୍ଥିତିରେ ଯୁବୋଦୟର ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମଟି ଆଖିକୁ ଛୋଟ ଲାଗିପାରେ । ହେଲେ ସଫେଇ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା ସହ ସାଧାରଣ ଲୋକଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ସୃଷ୍ଟି କରିବା ଏହି କାର୍ମ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଙ୍ଗଠନ ପ୍ରକାଶ କରିଛି ।

Leave A Reply

Your email address will not be published.