Latest Odisha News

BREAKING NEWS

ଇରାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ISIS

ତେହେରାନ: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍) ବୁଧବାର ଇରାନରେ ଘଟିଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ସଂଗଠନ କହିଛି ଯେ କିରମାନ ସହରରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଏହାର ଦୁଇଜଣ ସଦସ୍ୟଙ୍କ ମୁଖ୍ୟ ଭୂମିକା ରହିଛି। ଇଣ୍ଟରନେଟ୍ ମିଡିଆ ସାଇଟ୍ ଟେଲିଗ୍ରାମରେ ଆଇଏସ୍ଆଇଏସ୍ ଏହି ସୂଚନା ଦେଇଛି। ଏହାପୂର୍ବରୁ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି କିର୍ମନରେ ହୋଇଥିବା ବିସ୍ଫୋରଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିଲେ ଏବଂ ଏହାର ମୂଲ୍ୟ ଦେବାକୁ ଚେତାବନୀ ଦେଇଥିଲେ।

ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏହି ବିସ୍ଫୋରଣ ପାଇଁ ଦାୟୀ ସଦସ୍ୟମାନଙ୍କୁ ମଧ୍ୟ ଏକ ବଡ଼ ମୂଲ୍ୟ ଦେବାକୁ ହେବ।ବୁଧବାର ହୋଇଥିବା ବିସ୍ଫୋରଣରେ ୧୦୩ ଜଣଙ୍କର ଜୀବନହାନୀ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଦେଶକୁ ଏକ ଟେଲିଭିଜନ ସମ୍ବୋଧନରେ ରାଇସି କହିଛନ୍ତି ଯେ ଇସ୍ରାଏଲର ଇହୁଦୀ ସରକାରଙ୍କୁ ନିଜର ଭୁଲ ପାଇଁ ଏତେ ବଡ଼ ଦଣ୍ଡ ଦିଆଯାଇଛି। ଆଗକୁ ମଧ୍ୟ ଏଭଳି ଘଟଣା ଇହୁଦୀ ସରକାର ଦେଖିବେ। ଆଉ ଏହା ଅତ୍ୟନ୍ତ କଠୋର ହେବ ବୋଲି ସେ କହିଛନ୍ତି।

ଏଠାରେ କହି ରଖୁ କି ବୁଧବାର କିରମାନୀ ସହରର ରିଭୋଲୁସନାରୀ ଗାର୍ଡ ଫୋର୍ସ କମାଣ୍ଡର କାସୀମ ସୁଲେମାନୀଙ୍କ ସମାଧିସ୍ଥଳରେ ତାଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ଇରାନ ସରକାର ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି। ଏହାପୂର୍ବରୁ ଡିସେମ୍ବର ୨୫ରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ସିରିଆର ବିପ୍ଳବୀ ଗାର୍ଡର ବ୍ରିଗେଡିୟର୍ ଜେନେରାଲ୍ ମୁସାଭିଙ୍କୁ ହତ୍ୟା କରିଥିଲା।

Leave A Reply

Your email address will not be published.