Latest Odisha News

BREAKING NEWS

ଗିରଫ ହେଲା ୧୩୫ କେଜି ଓଜନର ଆତଙ୍କବାଦୀ: ଟ୍ରକରେ ବୁହାହୋଇ ଗଲା ଜେଲ

ଇରାକ ସେନାକୁ ରବିବାର ଏକ ବହୁତ ବଡ ସଫଳତା ହାସଲ ହୋଇଛି । ଦୀର୍ଘ ଦିନ ପରେ ସେନା ମୋସୁଲ ସହରରେ ଲୁଚି ରହିଥିବା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ ମୁଫତି ଅବୁ ଅବଦୁଲ ବାରୀକୁ ଗିରଫ କରିଛି । ଜବା ଦି ଜେହାଦୀ ନାମରେ ପରିଚିତ ଏହି ଚରମପନ୍ଥୀଙ୍କ ଓଜନ ୧୩୫ କିଲୋଗ୍ରାମ । ସେ ଶେଯରୁ ଉଠି ପାରୁ ନ ଥିଲେ ମଧ୍ୟ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥାନ୍ତି ।

ଏହା ବ୍ୟତୀତ ଉତ୍ୟକ୍ତ ଭାଷଣ ଦେଇ ଯୁବପିଢ଼ୀଙ୍କୁ ପଥଭ୍ରଷ୍ଟ କରିଥାନ୍ତି । ପୋଲିସ ତାଙ୍କୁ ଗିରଫ କରିବା ପରେ ଜିପରେ ଯାଗା ନ ହେବାରୁ ଟ୍ରକରେ ଜେଲକୁ ପଠାଇଥିଲା ।

ପୋଲିସ ଘେରାଉ କରିବା ପରେ ସେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହୋଇଥିଲା । ବାରୀଙ୍କ ନିକଟରୁ ଆଇଏସଆଇଏସ ସମ୍ପର୍କରେ ବହୁତ ତଥ୍ୟ ମିଳିବ ବୋଲି ପୋଲିସ ଆଶା ବ୍ୟକ୍ତ କରିଛି ।

Leave A Reply

Your email address will not be published.