Latest Odisha News

BREAKING NEWS

ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ଅର୍ଜେଣ୍ଟ ମିଟିଂ ଡାକିଲେ ଇସଲାମିକ ଦେଶ ସମୂହ

ନୂଆଦିଲ୍ଲୀ: ଇସଲାମିକ ଦେଶର ପ୍ରମୁଖ ରାଷ୍ଟ ଇସ୍ରାଏଲ-ଗାଜା ଯୁଦ୍ଧକୁ ନେଇ ତୁରନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଇସଲାମିକ ସହଯୋଗ ସଂଗଠନ(OIC) ଯୁଦ୍ଧରେ ସୈନ୍ୟବଳ ଏବଂ ଗାଜାରେ ଅସହାୟ ନାଗରିକଙ୍କ ପାଇଁ ବିପଦକୁ ନେଇ ଇସଲାମିକ ଦେଶ ସମୂହ ଚର୍ଚ୍ଚା କରିବେ । ଇସଲାମିକ ସମିଟର ଏହି ବୈଠକରେ ଅଧ୍ୟକ୍ଷତା କରିବାକୁଥିବା ସାଉଦି ଆରବ ବୁଧବାର ଏହି ବୈଠକ ଡାକିଛି । ବୈଠକ ଜେଦ୍ଦାରେ ହେବାର ସମ୍ଭାବନା ରହିଛି ।

ଓଆଇସି ନିଜ ୱେବସାଇଟରେ ଏକ ବୟାନ ଦେଇ କହିଛି,ସାଉଦୀ ଆରବ ନିମନ୍ତ୍ରଣ ଉପରେ ସଙ୍ଗଠନର କାର୍ଯ୍ୟକାରୀ ସମିତି ଗାଜା ଏବଂ ଏହାର ଆଖପାଖ ଇଲାକାରେ ସେନା କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିବେ । ଏଥିସହିତ ନାଗରିକଙ୍କ ଜୀବନ ଏବଂ ଏହି ଇଲାକାର ପୁରା ସୁରକ୍ଷା ଏବଂ ସ୍ଥିରତା ସମ୍ପର୍କରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଛି ।

ଜାତିସଂଘ ପରେ ଓଆଇସି ବିଶ୍ୱର ସର୍ବବୃହତ୍ତ ଅନୁଷ୍ଠାନ ।ଏଥିରେ ୫୭ଟି ରାଜ୍ୟ ସାମିଲ ରହିଛି । ଏହି ସଂଗଠନ ନିଜକୁ ମୁସଲିମ ଦୁନିଆାର ସାମୂହିକ ସ୍ୱର ବୋଲି କହେ ।

Comments are closed.