Latest Odisha News

BREAKING NEWS

୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ବିଜେପି:କେନ୍ଦ୍ର ମନ୍ତ୍ରୀ

ମୟୁରଭଞ୍ଜ: ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ଜିଲ୍ଲା ବିଜେପି। ଏନେଇ ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ।

ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନାମରେ ଜିଲ୍ଲାବାସୀଙ୍କ ଭକୁଆ ବନାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୧୭ଜଣ ମନ୍ତ୍ରୀ ଓ ୪୦ଜଣ ବିଧାୟକ ଆସୁଛନ୍ତି। ତାଙ୍କ ପାଇଁ ଅଯଥାରେ ଜିଲ୍ଲାର ସମସ୍ତ ଡାକବଙ୍ଗଳାକୁ ମରାମତି ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସାଧାରଣ ଲୋକଙ୍କ ଟଙ୍କାକୁ ଏଭଳି ଖର୍ଚ୍ଚ ପଛରେ କାହାର ସ୍ୱାର୍ଥ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅସମ୍ପୂର୍ଣ୍ଣ ଜଳ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ କାର୍ଯ୍ୟକ୍ରମ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦଳ ପକ୍ଷରୁ ବିରୋଧ କରାଯିବ ବୋଲି ସେ କହିଛନ୍ତି।ଜିଲ୍ଲାର ଚାରିଜଣ ବିଧାୟକଙ୍କ ସମେତ ସାଙ୍ଗଠନିକ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପସ୍ଥିତ ଥିଲେ।

Leave A Reply

Your email address will not be published.