Latest Odisha News

BREAKING NEWS

ମନ୍ତ୍ରିଙ୍କ ଉପରେ ନାହିଁ ଭରସା ? ସଚିବଙ୍କୁ ନେଇ ବିଦେଶ ଗସ୍ତରେ ଯିବେ ନବୀନ

ଭୁବନେଶ୍ୱର: ରୋମ୍ ଏବଂ ଦୁବାଇ ଗସ୍ତରେ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି ତାଙ୍କର ସଚିବ ଏବଂ ଅନ୍ୟାନ୍ୟ ଆଇଏଏସ। ହେଲେ ସାଥିରେ ନାହାନ୍ତି କୌଣସି ମନ୍ତ୍ରୀ। ଏପରି ଏକ ଗସ୍ତକୁ ନେଇ ଏବେ ପୁଣିଥରେ ରାଜ୍ୟରେ ବାବୁ ମାନଙ୍କ ଶାସନ ଚାଲିଛି ବୋଲି କହି ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ସୁଯୋଗ ପାଇଛନ୍ତି।  ଯାହାକୁ ନେଇ ପୂର୍ବରୁ ମଧ୍ୟ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରନ୍ତି। ହେଲେ ସରକାର ତଥା ଶାସକ ଦଳ ଏପରି ଯୁକ୍ତିକୁ ନେଇ ସେମିତି କୌଣସି ପ୍ରତିକ୍ରିୟା ରଖନ୍ତି ନାହିଁ।

ରାଜ୍ୟର ପ୍ରଥମ ଗଣମାଧ୍ୟମ ସଂସ୍ଥା ଭାବେ ବହୁ ଆଗରୁ ‘ଓଡ଼ିଶା ସମ୍ବାଦ’ କହିଥିଲା ନବୀନ ବିଦେଶ ଗସ୍ତରେ ଯାଇ ଭାଟିକାନ ସିଟିରେ ଖ୍ରୀଷ୍ଟଧର୍ମର ଗୁରୁ ପୋପଙ୍କୁ ଭେଟିବେ। ଯାହା ସତ ହୋଇଛି। ନବୀନ ଏହି ଗସ୍ତ ସମୟରେ ଦୁବାଇରେ ପୁଞ୍ଜି ନିବେଶ ଉପରେ ବୈଠକ କରିବେ ନବୀନ। ଇଟାଲୀରେ ଖାଦ୍ୟ ଯୋଗାଣ ଉପରେ ଏକ ବୈଠକରେ ନବୀନ ଯୋଗ ଦେବା ସହିତ ଦୁବାଇରେ ଶିଳ୍ପ ଉପରେ ଏକ ପୁଞ୍ଜି ନିବେଶରେ ଯୋଗଦେବେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମତେ ତାଙ୍କ ସାଙ୍ଗରେ ଯାଇଥିବା ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ ଭି. ଭି. ଯାଦବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା । ନୂଆଦିଲ୍ଲୀର ରେସିଡେଣ୍ଟ କମିଶନର ରବି କାନ୍ତ ଏହି ସୂଚନା ଦେଇଛନ୍ତି। 

ବିରୋଧୀ ବିଜେପି ଦଳର ନେତା ପ୍ରଦୀପ ପୂରୋହିତ କହିଛନ୍ତି, ଏହି ବିଦେଶ ଗସ୍ତରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଶ୍ୱାସରେ ନେଇ ପାରୁ ନାହାନ୍ତି। ତେଣୁ ବିଦେଶ ଗସ୍ତ ବେଳେ ପୁଞ୍ଜି ନିବେଶ କାର୍ୟ୍ୟକ୍ରମ ରହିଛି ବୋଲି କହୁଛନ୍ତି। ହେଲେ ମନ୍ତ୍ରୀଙ୍କୁ ନନେଇ ସଚିବଙ୍କୁ ନେଇଛନ୍ତି। ଯଦି ବିଶ୍ୱାସ ଥାନ୍ତା ତାହେଲେ ମନ୍ତ୍ରୀଙ୍କ ସହିତ ସଚିବ ମାନେ ଯିବ କଥା। ପୂର୍ବରୁ ମଧ୍ୟ ପୁଞ୍ଜି ନିବେଶ ନାଁରେ ବିଭିନ୍ନ ମନ୍ତ୍ରୀ ଏବଂ ସଚିବ ବିଦେଶ ଗସ୍ତ ଯାଇଛନ୍ତି। ହେଲେ ରାଜ୍ୟ ରୋଜକୋଷରୁ ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏଯାବତ କଣ ପୁଞ୍ଜି ନିବେଶ ଆସିଛି ତାହା ଜଣାନାହିଁ।

ତେବେ ବିଗତ ୧୦ ପୂର୍ବରୁ ମଧ୍ୟ ମେ ମାସରେ ନବୀନ ଲଣ୍ଡନ ଗସ୍ତ କରିଥିଲେ। ହେଲେ ଏହି ସମୟରେ ତାଙ୍କ ସହିତ କୌଣସି ମନ୍ତ୍ରୀ ନଥିଲେ।

ରାଜ୍ୟରେ ଗଣତନ୍ତ୍ରାକି ଶାସନ ନାହିଁ। ଏଠାରେ ନିର୍ବାଚିତ ହୋଇ ବିଧାୟକ ମନ୍ତ୍ରୀ ହେଉଛନ୍ତି। କିନ୍ତୁ ବାବୁମାନେ ଅସଲରେ ଶାସନ କରୁଛନ୍ତି ବୋଲି ବିରୋଧୀ ବାରମ୍ବାର ଏପରି ଅଭିଯୋଗ ଆଣୁଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ସ୍ଥାନୀୟ ପୌର, ମହାନଗର ଏବଂ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ଶାସକ ଦଳ ବିଜେଡି ଭଲ ପ୍ରଦର୍ଶନ କରିଛି। ଯାହାକୁ ନେଇ ଆଇଏଏସ ଏବଂ ଆଇପିଏସ ମାନେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ବିରୋଧୀ ଏହି ସମୟରେ କହିଥିଲେ ରାଜ୍ୟରେ କିପରି ଶାସନ କଳ ଚାଲିଛି ଆଇଏଏସ ଗୋଷ୍ଠୀ ଯାଇ ଶୁଭେଚ୍ଛା ଜଣାଇବାରୁ ପ୍ରମାଣିତ ହୋଇଛି।

Leave A Reply

Your email address will not be published.