Latest Odisha News

BREAKING NEWS

ଇରାନ ଆକ୍ରମଣ ପରେ ଏଥର ଇସ୍ରାଏଲ ଉପରେ ସମସ୍ତଙ୍କ ନଜର

ତେଲ ଅବୀବ: ଇରାନ ୩୦୦ରୁ ଅଧିକ ବ୍ୟାଲେଷ୍ଟିକ ମିସାଇଲ, କ୍ରୁଜ ମିସାଇଲ ଓ ଡ୍ରୋନ ସହାୟତାରେ ଇସ୍ରାଏଲ ଉପରେ ଜବରଦସ୍ତ ଆକ୍ରମଣ କରିଛି । ଅବଶ୍ୟ ୯୯ ପ୍ରତିଶତ ମିସାଇଲକୁ ଇସ୍ରାଏଲ ନଷ୍ଟ କରି ଦେଇଛି । ଆକ୍ରମଣ କଲେ ସ୍ଥିତି ଭୟଙ୍କର ହେବ ବୋଲି ଇରାନକୁ ପୂର୍ବରୁ ଇସ୍ରାଏଲ ଚେତାଇ ଥିଲା । ଏବେ ଇସ୍ରାଏଲର ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ଇରାନର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମକୁ ଏହା ମାଧ୍ୟମରେ ଇସ୍ରାଏଲ ନିକଟରେ ନଷ୍ଟ କରିବା ସୁଯୋଗ ରହିଛି । ଏହି ଆକ୍ରମଣରେ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ପ୍ରଶ୍ନ ଉଠୁଛି ଇରାନର ଏଫ ୩୫ ଯୁଦ୍ଧ ବିମାନ ଇସ୍ରାଏଲରେ କିପରି ପଂହଚିବ । ରିପୋର୍ଟ ମୁତାବକ ଏଫ ୩୫ ଷ୍ଟିଲଥ ବିମାନର ଭିନ୍ନ ଭିନ୍ନ ସ୍କ୍ୱାର୍ଡନ ଅଲଗା ଅଲଗା ରାସ୍ତାରେ ଇରାନର ପରମାଣୁ ଅସ୍ତ୍ର ସଂରକ୍ଷିତ ସ୍ଥାନ ଉପରେ ଆକ୍ରମଣ କରିପାରେ ।

ସିରିୟା, ତୁର୍କୀ ଓ ଇରାକ ରାସ୍ତାରେ ଇସ୍ରାଏଲ ବିମାନ ଆକ୍ରମଣ କରିପାରେ । ଅନ୍ୟ କେତୋଟି ସାଉଦି ଆରବ ଓ ଫାରସ କୂଳରୁ ଇରାନ ଅଭିମୁଖେ ଯାଇ ପାରନ୍ତି । ଆମେରିକା ଚାପ ଯୋଗୁ ଏହି ଦେଶଗୁଡିକ ଇସ୍ରାଏଲ ବିମାନକୁ ରାସ୍ତା ଦେଇ ପାରନ୍ତି । ଇରାନର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିବା ଏବେ ଇସ୍ରାଏଲର ଟାର୍ଗେଟ ରହିଛି । ତେବେ ଇରାନ ନିକଟରେ ବି ଅତ୍ୟାଧୂନିକ ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ । ଯଦି ଏହି ଲଢ଼େଇକୁ ଶାନ୍ତ କରା ନ ଯାଏ ତେବେ ପଶ୍ଚିମ ଏସୀୟ ଦେଶର ଆକାଶରେ ନିଆଁ ଝରିବ କହିଲେ ଭୁଲ ହେବନି ।

Leave A Reply

Your email address will not be published.