Latest Odisha News

ଜାତିସଂଘ ସଚିବଙ୍କୁ ବ୍ୟାନ କଲା ଇସ୍ରାଏଲ୍, ଦେଶରେ ପଶିପାରିବନି… 

ନୂଆଦିଲ୍ଲୀ: ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲ୍ ବ୍ୟାନ କରିଦେଇଛି। ଏହି ପ୍ରତିବନ୍ଧକ ପରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଆଉ ଇସ୍ରାଏଲ୍ ଯାଇପାରିବେ ନାହିଁ। ଏନେଇ ଇସ୍ରାଏଲ୍ କହିଛି ଯେ ଆଣ୍ଟୋନିଓ ଗୁଟେରସ ମିଳିତ ଜାତିସଂଘର ଇତିହାସରେ ଏକ ଦାଗ।

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ କାଟଜ କହିଛନ୍ତି ଯେ, ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲରେ ପ୍ରବେଶ କରିବାକୁ ପ୍ରତିବନ୍ଧକ ଲଗାଯାଇଛି।

ଜଣେ ବ୍ୟକ୍ତି ଯିଏ ଇସ୍ରାଏଲ ଉପରେ ଇରାନ ପକ୍ଷରୁ କରାଯାଉଥିବା ଅପରାଧିକ ଆକ୍ରମଣକୁ ନିର୍ଦ୍ଦିଷ୍ଟ ଭାବରେ ନିନ୍ଦା କରିବାରେ ଅସମର୍ଥ, ସେଭଳି ଲୋକ ଇସ୍ରାଏଲ୍ ମାଟିରେ ପାଦ ଦେବା ଯୋଗ୍ୟ ନୁହେଁ। ଆଣ୍ଟୋନିଓ ଗୁଟେରସ ଆତଙ୍କବାଦୀ, ଦୁର୍ଷ୍କମକାରୀ ଏବଂ ହତ୍ୟାକାରୀଙ୍କୁ ସମର୍ଥନ କରୁଛନ୍ତି।

ତେବେ ଇରାନ ଆକ୍ରମଣରେ ଇସ୍ରାଏଲକୁ ସମର୍ଥନ ନକରିବାରୁ ଦେଶ ପକ୍ଷରୁ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ କରାଯାଇଛି।

 

Leave A Reply

Your email address will not be published.