Latest Odisha News

ହମାସ-ଇସ୍ରାଏଲ ଯୁଦ୍ଧବିରତିର ୪ର୍ଥ ଦିନ: ହମାସର ୫ କମାଣ୍ଡରଙ୍କୁ ନିପାତ କଲା ଆଇଡିଏଫ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରାମ ଚତୁର୍ଥ ଦିନରେ ପହଞ୍ଚିଛି । ଗତ ୩ ଦିନ ମଧ୍ୟରେ ହମାସ ୪୧ ଜଣ ବନ୍ଧକଙ୍କୁ ଛାଡି ଦେଇଛି । ପ୍ରଥମ ଦିନ ୧୩ ଜଣ, ୨ୟ ଦିନ ୧୪ ଜଣ ଏବଂ  ଦିନରେ ୧୩ ଜଣଙ୍କୁ ଛାଡିଛି । ତୃତୀୟ ଦିନ ଏହି ୧୩ ଇସ୍ରାଏଲିଙ୍କ ସମେତ ଥାଇଲାଣ୍ଡର ୩ ଜଣ  ଏବଂ ରୁଷର ଜଣେ ନାଗରିକଙ୍କୁ ଛାଡି ଦେଇଛି ।

ଏହାର ପ୍ରତିବଦଳରେ ଇସ୍ରାଏଲ ପାଲେଷ୍ଟାଇନର ୧୨୦ ଜଣ ବନ୍ଧକଙ୍କୁ ଛାଡି ଦେଇଛି । ଅର୍ଥାତ ଜଣେ ଇସ୍ରାଏଲ ନାଗରିକଙ୍କ ପାଇଁ ୩ ଜଣ ପାଲେଷ୍ଟାଇନୀୟଙ୍କୁ ଛାଡୁଛି ଇସ୍ରାଏଲ ।

ଇତିମଧ୍ୟରେ ଇସ୍ରାଏଲ ଡିଫେନ୍ସ ପକ୍ଷରୁ ଦାବି ହୋଇଛି, ହମାସର ୫ ଜଣ ପ୍ରମୁଖ କମାଣ୍ଡରଙ୍କୁ ମାରି ନିପାତ କରିଛି ଇସ୍ରାଏଲ । ଅନ୍ୟପଟେ ଗାଜାରେ ଗ୍ରାଉଣ୍ଡ ଅପରେସନ ସମୟରେ ଆଇଡିଏଫର ସବୁଠାରୁ ଦୁର୍ଦ୍ଧର୍ଷ ୟୁନିଟ ଓକେଟ୍ଜର ୪ ଦକ୍ଷ କୁକୁର ସହିଦ ହୋଇଛନ୍ତି । ଆଇଡିଏଫର କହିବା ଅନୁଯାୟୀ, ଓକେଟ୍ଜ ଅର୍ଥାତ କେ-୯ ୟୁନିଟର ତାଲିମପ୍ରାପ୍ତ କୁକୁର ଗାଜାରେ ସକ୍ରିୟ ଭୂମିକା ନିଭାଉଛି ।

ଏଠାରେ କୁକୁରମାନେ ବିସ୍ଫୋରଣ ସମ୍ପର୍କରେ ଜାଣି ପାରି ସୂଚନା ଦେଇଥାଏ । ଯୁଦ୍ଧ ବିରାମ ପୂର୍ବରୁ ଏହି ବିଶେଷ ତାଲିମପ୍ରାପ୍ତ କୁକୁର ପାଖାପାଖି ୫୦ ବିସ୍ଫୋରକ ଉପକରଣ ଏବଂ ଡର୍ଜନ ଡର୍ଜନ ଅସ୍ତ୍ରଶସ୍ତ୍ର ଭଣ୍ଡାର  ଠାବ କରିଥିଲା ।

Comments are closed.