Latest Odisha News

ଇସ୍ରାଏଲ-ହମାସ ଯୁଦ୍ଧର ବଡ ଖବର: ଆକ୍ରମଣ ସ୍ଥଳରୁ ମିଳୁଛି ଆଇଏଆଇ ପତାକା

ନୂଆଦିଲ୍ଲୀ:ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ହମାସ ଆତଙ୍କୀଙ୍କ ଦ୍ୱାରା ଅପହୃତ ନାଗିରିକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାର ସ୍ପେଶାଲ ଫୋର୍ସ ପ୍ରସ୍ତୁତ ହୋଇ ଅଛନ୍ତି । ଆମେରିକାର ଏହି ଦୁର୍ଦ୍ଦାନ୍ତ କମାଣ୍ଡୋ ଗାଜାରେ ସ୍ୱତନ୍ତ୍ର ଅପରେସନ କରିବା ପାଇଁ ପ୍ରସ୍ତୁତ ହୋଇ ଅଛନ୍ତି । ସୂଚନାଥାଉ କି, ହମାସର ଆତଙ୍କୀ ଅନେକ ଆମେରିକୀ ନାଗରିକଙ୍କୁ ମଧ୍ୟ ବନ୍ଧକ ରଖିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାର ସ୍ପେଶାଲ ଫୋର୍ସର କମାଣ୍ଡୋ ଇସ୍ରାଏଲି ଫୋର୍ସ ସହ ମିଳିତ ଅପରେସନ କରିବେ ।

ସେପଟେ ଇସ୍ରାଏଲରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ଆଜି ଆରମ୍ଭ ହୋଇଛି ଅପରେସନ ଅଜୟ । ସ୍ୱତନ୍ତ୍ର ବିମାନରେ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ । ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଟୁଇଟ କରି ସୂଚନା ଦେଇଥିଲେ ।

ଯୁଦ୍ଧ ସ୍ଥିତି ମଧ୍ୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ବଡ ବୟାନ ଦେଇ କହିଛନ୍ତି, ଏଇ ମାଟିରୁ ହମାସର ନାଁ ମାଟିରେ ମିଶାଇ ଦେବୁ  । ଯୁଦ୍ଧ ସମୟରେ ଇସ୍ରାଏଲର ଏମର୍ଜେନ୍ସି  କ୍ୟାବିନେଟ ଗଠନ ପରେ ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗ୍ୟେଲଟ ଗାଜାକୁ ଏପରି ଚେତାବନୀ ଦେଇଛନ୍ତି । ସେପଟେ ହମାସ ଇସ୍ରାଏଲିକୁ ଖୋଲା ଚାଲେଞ୍ଜ ଦେଇଛି । ହମାସ କହିଛି, ଗାଜା କୌଣସି ବଗିଚା ନୁହେଁ । ଏଠାରେ ପଶିବ ମହଙ୍ଗା ପଡିବ । ଆମେ ଇସ୍ରାଏଲକୁ ୧୨, ୦୦ ଲଢୁଆ ଯୋଦ୍ଧା ପଠାଇଥିଲୁ । ଆମର ସଂଗଠନ ବହୁତ ମଜବୁତ ଅଛି ।

ଯୁଦ୍ଧ ମଧ୍ୟରେ ଆଉ ଏକ ବଡ ଖବର ମଧ୍ୟ ସାମ୍ନାକୁ ଆସିଛି । ଆକ୍ରମଣ ସ୍ଥାନ ଉପରେ ଆଇଏସଆଇଏସର ପତାକା ଜବତ ହୋଇଛି । ହମାସର ଏହି ଆକ୍ରମଣରେ ୫୬ ଦେଶର ନାଗରିକ ମୃତାହତ ହୋଇଛନ୍ତି ଏବଂ ନିଖୋଜ ମଧ୍ୟ ଅଛ୍ତି ।

Comments are closed.