Latest Odisha News

BREAKING NEWS

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ଦିଆଯାଇନି ନିର୍ଦ୍ଦେଶ: ରାଜ୍ୟ ନୋଡାଲ ଅଫିସର

ଭୁବନେଶ୍ବର: ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ନଦିଆଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନୋଡାଲ ଅଫିସର,ପିଏମ ପୋଷଣ(ମଧ୍ୟାନ୍ନ ଭୋଜନ) ରଘୁରାମ ଆର୍.ଆୟର । ସେ କହିଛନ୍ତି ଏବେ ଯାଏଁ ମଧ୍ୟାନ୍ନ ଭୋଜନରେ ଅଣ୍ଡା ବନ୍ଦ ପାଇଁ ନିର୍ଦେଶ ଦିଆଯାଇନାହିଁ । ବିଦ୍ୟାଳୟରେ ସପ୍ତାହକୁ ଦୁଇ ଥର ଅଣ୍ଡା ଦିଆଯାଉଛି। କେନ୍ଦ୍ର ଗାଇଡଲାଇନ ଅନୁସାରେ ମଧ୍ୟାନ୍ନ ଭୋଜନର ବ୍ୟଞ୍ଜନ ସ୍ଥିର କରାଯାଇଛି ।

ପ୍ରାଥମିକ ବିଦ୍ୟାଳୟରେ ପିଲା ପିଛା ୫.୯୦ ଟଙ୍କା ଓ ଉଚ୍ଚ ପ୍ରାଥମିକ ପିଲା ପିଛା ୮.୮୨ ଟଙ୍କା ଖର୍ଚ୍ଚ ହେଉଛି । କୌଣସି ସ୍କୁଲରେ ଅଣ୍ଡା ଦିଆ ନଯିବା ଘଟଣା ନଜରକୁ ଆସିନି। ଅଣ୍ଡା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇନି। ଯଦି କିଛି ଅଭିଯୋଗ ଆସେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀ ଙ୍କୁ ତଦନ୍ତ ପାଇଁନିର୍ଦ୍ଦେଶ ଦିଆଯିବ । ବର୍ଷକୁ ଥରେ କେନ୍ଦ୍ର ଗାଇଡଲାଇନ ପରିବର୍ତ୍ତନ କରେ ।  ଆଗକୁ ପରିବର୍ତ୍ତନ ହେଲେ, ଯାହା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ନୋଡାଲ ଅଫିସର ।

 

 

 

Leave A Reply

Your email address will not be published.