ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ହଜାର ହାଜର ଲୋକଙ୍କ ମୃତ୍ୟୁ ଘଟିଲାଣି । ହମାସ ଆତଙ୍କୀଙ୍କୁ ମୂଳରୁ ନିପାତ କରିବା ଦମ ନେଇ ଅଣ୍ଟା ଭିଡିଛି ଇସ୍ରାଏଲ ।
ଇସ୍ରାଏଲ ସେନା ଏବେ ଗାଜା ଅଭିମୁଖେ । ଗାଜାକୁ ନିଜ କବଜାକୁ ନେବା ପାଇଁ ସୀମାରେ ୩ ଲକ୍ଷ ସୈନିକ ମୁତୟନ କରିଛି ଇସ୍ରାଏଲ । ଧୀରେ ଧୀରେ ଟ୍ୟାଙ୍କ ବି ପଠାଉଛି । ଇସ୍ରାଏଲ ସ୍ପଷ୍ଟ କରି ଦେଇଛି, ହମାସକୁ ନିପାତ କରି ରହିବ । ଏହି ଲକ୍ଷ୍ୟ ନେଇ ବଢି ଚାଲିଛନ୍ତି ଇସାଏଲ ସେନା ।
ଇସ୍ରାଏଲ ସେନା ଗାଜାରେ ରହୁଥିବା ପାଲେଷ୍ଟାଇନମାନଙ୍କୁ ଚେତାବନୀ ଦେଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗାଜା ଖାଲି କରିବାକୁ ଚେତାବନୀ ଦେଇଛି । ଗାଜାରେ ରହୁଥିବା ସାଧାରଣ ଲୋକଙ୍କୁ ଇସ୍ରାଏଲ ସେନା ଚେତାବନୀ ଦେଇଛି କି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସେମାନେ ଗାଜାର ଦକ୍ଷିଣ ଭାଗକୁ ଚାଲିଯାଆନ୍ତୁ । ଯଦି ସେମାନେ ଉତ୍ତର ଗାଜା ଛାଡି ଦକ୍ଷିଣ ଗାଜାକୁ ଚାଲିଯାଆନ୍ତି ତେବେ ସେଠାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଂକା କରାଯାଉଛି ।
ହମାସ ମିଲିଟାରୀ ୱିଙ୍ଗ ପକ୍ଷରୁ କୁହାଯାଇଛି, ଗାଜାପଟ୍ଟିରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଗଜ ୨୪ ଘଣ୍ଟା ମଧ୍ୟରେ ଅତି କମରେ ୧୩ ଜଣ ଇସ୍ରାଏଲୀ ଏବଂ ବିଦେଶୀ ବନ୍ଧକଙ୍କ ମୃତ୍ୟୁ ଘଟିଛି ।
Comments are closed.