Latest Odisha News

ଇସ୍ରାଏଲ ଉପରେ ହମାସ ଆକ୍ରମଣର ବର୍ଷେ ପୂରିଲା

ତେଲ ଅଭୀବ: ଗତ ବର୍ଷ ୭ ଅକ୍ଟୋବରରେ ହମାସ ଆତଙ୍କବାଦୀ ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ନାରକୀୟ କାଣ୍ଡ ରଚିଥିଲେ । ଏହା ପରେ ଅବଶ୍ୟ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରି ଏହାକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଛି । ଇତି ମଧ୍ୟରେ ହମାସ ପକ୍ଷରୁ ରବିବାର ଇସ୍ରାଏଲ ଉପରେ ଘନ ଘନ ମିସାଇଲ ଆକ୍ରମଣ କରାଯାଇଛି । ଯାହା ଫଳରେ ଉତେଜନା ବୃଦ୍ଧି ପାଇଛି । ଉତର ଗାଜା ଅଂଚଳରୁ ଏହି ଆକ୍ରମଣ କରାଯାଉଛି । ଏହା ପୂର୍ବରୁ ଇସ୍ରାଏଲରେ ଏକ ଆତଙ୍କବାଦୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆତଙ୍କବାଦୀଜଣଙ୍କ ବସ ଷ୍ଟପରେ ମନଇଚ୍ଛା ଗୁଳି ଚାଳନା କରିଥିଲା । ଅବଶ୍ୟ ଆଇଡିଏଫ ଏହି ଆତଙ୍କବାଦୀକୁ ଗୁଳି କରିଛି ।

ଇସ୍ରାଏଲ ମଧ୍ୟ ଏବେ ଆକ୍ରମଣ ବୃଦ୍ଧି କରିଛି । ରବିବାର ସକାଳେ ଇସ୍ରାଏଲ ମଧ୍ୟ ଗାଜାର ଏକ ମସଜିଦ ଉପରେ ମିସାଇଲ ଆକ୍ରମଣ କରିଥିଲା । ଏଥିରେ ୧୯ଜଣଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଏବେ ଇସ୍ରାଏଲ ଏକ ସଙ୍ଗରେ ଲେବାନନ, ଇରାନ, ଗାଜା ଓ ହୂତୀଙ୍କ ସହ ସଂଘର୍ଷ ଜାରୀ ରଖିଛି । ଆଗକୁ ଏହା ତୀବ୍ର ରୂପ ଧାରଣ କରିବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.