Latest Odisha News

BREAKING NEWS

ନିଜ ବହିରେ ପୂର୍ବତନ ଅଧ୍ୟକ୍ଷ ଶିବନଙ୍କୁ ନେଇ ବିବାଦ, ପ୍ରକାଶନ ଉପରେ ରୋକ୍ ଲଗାଇଲେ ଇସ୍ରୋ ଅଧ୍ୟକ୍ଷ

ବେଙ୍ଗାଲୁରୁ: ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ତାଙ୍କ ଆଗାମୀ ପୁସ୍ତକର ରିଲିଜ୍ ରୋକିବାକୁ ନିଷ୍ପତ୍ତି ନେଇଛନ୍ତି। ମାଲାୟଲମ ବହି “ନୀଲାଭୁ କୁଦିଚା ସିଂହାଙ୍ଗଲ” (ଚନ୍ଦ୍ରମାକୁ ପାନ କରିଥିବା ସିଂହ), ଏହି ପୁସ୍ତକର କିଛି ଅଂଶରେ ପୂର୍ବତନ ଅଧ୍ୟକ୍ଷ କେ. ଶିବନ ତାଙ୍କ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ଉଦ୍ୟମ କରିଥିଲେ ବୋଲି କୁହାଯାଇଛି।

ଏହି ପୁସ୍ତକ କାହାକୁ ଟାର୍ଗେଟ୍ କରିବା ପାଇଁ ନୁହେଁ ବରଂ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସୋମନାଥ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି। ପୁସ୍ତକଟି ଏଯାଏଁ ପ୍ରକାଶ ପାଇନଥିବା ବେଳେ ଏହାକୁ ପ୍ରକାଶ ନକରିବା ପାଇଁ ସେ ପ୍ରକାଶକମାନଙ୍କୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାକୁ ଆଦୌ ରିଲିଜ୍ କରାଯିବ କି ନାହିଁ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ।

ବହିକୁ ନେଇ ଆସିଥିବା ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ ସୋମନାଥ କହିଛନ୍ତି ଯେ ସେ କେବଳ ଲେଖିଛନ୍ତି ଯେ ୟୁଆରଏସସି ନିର୍ଦ୍ଦେଶକଙ୍କୁ ମହାକାଶ କମିସନରେ ସାମିଲ କରିବା ତାଙ୍କ ପାଇଁ କିଛି ଦୁଃଖ ଦେଇଛି କାରଣ ଏହା ତାଙ୍କ ସୁଯୋଗକୁ ଆଘାତ ଦେଇପାରେ। ସେ କହିଛନ୍ତି ନିଜ ନିଜ ଶୈଳୀରେ ସମସ୍ତେ ବୁଝୁଛନ୍ତି କିନ୍ତୁ ସେ ଲେଖି ନାହାନ୍ତି ଯେ କେହି ତାଙ୍କ ସୁଯୋଗକୁ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।

ସୋମନାଥ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପୁସ୍ତକ ଡାକ୍ତର ଶିବନଙ୍କୁ ଅଯଥା ଆଘାତ ଦେଇଥିବାରୁ ସେ ପ୍ରକୃତରେ ଦୁଃଖିତ, କାରଣ ଏହା ତାଙ୍କର ଉଦ୍ଦେଶ୍ୟ ନୁହେଁ। ସେ କହିଛନ୍ତି ଯେ ଶିବନ୍ ଜଣେ ଭଲ ଅଧ୍ୟକ୍ଷ ଥିଲେ ଏବଂ ସେ କେବେ ବି ତାଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇନଥିଲେ।

ଯେକୌଣସି ସଂଗଠନର ଶୀର୍ଷ ପଦରେ ପହଞ୍ଚିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଯାତ୍ରା ସମୟରେ ଆହ୍ୱାନ ଦେଇ ଗତି କରିବେ ବୋଲି ସୋମନାଥ ଦୋହରାଇଥିଲେ ଏବଂ ଏହି ପୁସ୍ତକ କେବଳ ଏହା ଦର୍ଶାଇବା ପାଇଁ ଯେ ତାଙ୍କ ନିକଟରେ ମଧ୍ୟ ଚାଲେଞ୍ଜ ରହିଛି। ସେ କହିବାକୁ ଚାହିଁଥିଲେ ଯେ, ଯଦି ଜଣେ ଚାକିରି ଉପରେ ଧ୍ୟାନ ଦିଏ ତେବେ ଚାଲେଞ୍ଜର ମୁକାବିଲା କରାଯାଇପାରିବ। ଏ ନେଇ ଶିବନଙ୍କୁ ଯୋଗାଯୋଗ କରିବାରୁ ସେ କିଛି କହିବାର ନାହିଁ ବୋଲି କହିଥିଲେ।

Leave A Reply

Your email address will not be published.