Latest Odisha News

ଦ୍ୱିତୀୟ ଟିମ ଭାବେ ସେମିଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟିମ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଭାରତ ପ୍ରଥମ ଟିମ ଭାବେ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । ଶନିବାର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପାକିସ୍ତାନ ୨୧ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଫଳରେ ଏହା ପରୋକ୍ଷରେ ଦକ୍ଷିଣ ଆଫ୍ରିକାକୁ ସହାୟ ହୋଇଥିଲା । ଦକ୍ଷିଣ ଆଫ୍ରିକା ଭଲ ରନରେଟ ସହ ୧୨ ପଂଏଟ ହାସଲ କରିଛି । ଅଷ୍ଟ୍ରେଲିଆ ବ୍ୟତୀତ ଅନ୍ୟ କୌଣସି ଟିମ ତାଙ୍କୁ ପଂଏଟରେ ଅତିକ୍ରମ କରିପାରିବେ ନାହିଁ । ନେଦରଲାଣ୍ଡଠାରୁ ହାରିବା ପରେ ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚରେ ୩୫୦ରୁ ଊର୍ଦ୍ଧ୍ୱ ସ୍କୋର କରି ସମସ୍ତଙ୍କୁ ଚକିତ କରିଦେଇଛି । ଦକ୍ଷିଣ ଆଫ୍ରିକା ନଭେମ୍ବର ୫ରେ ତାର ପରବର୍ତୀ ମୁକାବିଲାରେ ଭାରତକୁ ଭେଟିବ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ବିଜୟ ହାସଲ କରି ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ଅବଶ୍ୟ ଏଥିପାଇଁ ଦଳକୁ ଅନ୍ୟ ଟିମର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ । ଶ୍ରୀଲଙ୍କା, ନେଦରଲାଣ୍ଡ, ବାଂଲାଦେଶ ଓ ଇଂଲଣ୍ଡ ସେମିଫାଇନାଲ ଦୌଡରୁ ବାଦ ପଡିଛନ୍ତି । ବାକି ୨ଟି ସ୍ଥାନ ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ ।

Leave A Reply

Your email address will not be published.