Latest Odisha News

BREAKING NEWS

ପୂରା ଦୁନିଆକୁ ଖୁସି ଖବର ଦେଲା ଚନ୍ଦ୍ରାଯାନ ୩, ଚନ୍ଦ୍ରରେ ଅଛି ଅମ୍ଳଜାନ

ନୂଆଦିଲ୍ଲୀ: ଚନ୍ଦ୍ରାଯାନ ୩ର ସଫଳ ଲ୍ୟାଣ୍ଡିଂ ପରେ ଇସ୍ରୋ ପୂରା ଦୁନିଆକୁ ଆଜି ଖୁସି ଖବର ଜଣାଇଛି । ଚନ୍ଦ୍ରାଯାନର ରୋବର ପ୍ରଜ୍ଞାନ ଦକ୍ଷିଣ ଧ୍ରୁବରେ ସଲଫର, ଆଲମୁନିୟମ, କ୍ୟାଲିସିୟମ, ଆଇରନ, କ୍ରୋମିୟମ, ଟାଇଟେନିୟମ, ମାଙ୍ଗାନିଜ, ସିଲିକନ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଳଜାନ ଥିବାର ସୂଚନା ଦେଇଛି । ଏହା ପୂର୍ବରୁ ଚନ୍ଦ୍ର ପୃଷ୍ଠର ସାଉଥ ପୋଲରେ କୌଣସି ଦେଶର ମିଶନ ସଫଳ ହୋଇ ନ ଥିଲା । ଏବେ ଚନ୍ଦ୍ରାଯାନ ୩ ଏହାର ରହସ୍ୟ ଖୋଲିବାରେ ଲାଗିଛି । ପୂର୍ବରୁ ଚନ୍ଦ୍ରପୃଷ୍ଠରେ ଗନ୍ଧକ ଥିବା ମଧ୍ୟ ପ୍ରଜ୍ଞାନର ଏଲଆଇବିଏସ ଉପକରଣ ମାଧ୍ୟମରେ ଜଣା ପଡିଥିଲା । ଏବେ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନ ଅଛି କି ନାହିଁ ସେ ନେଇ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

ପୂର୍ବରୁ ପ୍ରଜ୍ଞାନ ରାସ୍ତାରେ ଏକ ବଡ ଗର୍ତ ବାଧା ସୃଷ୍ଟି କରୁଥିଲେ ମଧ୍ୟ ଏହାକୁ ସଫଳତାର ସହ ଏଡାଇ ଦିଆଯାଇ ପାରିଥିଲା । ଏବେ ରୋଭର ଏକ ନୂତନ ମାର୍ଗରେ ଆଗକୁ ବଢ଼ିବାରେ ଲାଗିଛି । କେବଳ ଭାରତ ନୁହେଁ ଏବେ ଅନ୍ୟ ଦେଶର ବୈଜ୍ଞାନିକମାନେ ପ୍ରଜ୍ଞାନ ତଥ୍ୟ ଉପରେ ନଜର ରଖିଛନ୍ତି । ରିପୋର୍ଟ ମୁତାବକ ଜାପାନର ମୁନ ମିଶନ ତାରିଖରେ ବାରମ୍ବାର ପରିବର୍ତନ କରାଯାଉଛି । ଏହା ଖୁବ ଶୀଘ୍ର ଲ୍ୟାଣ୍ଡ କରିବ ବୋଲି ବୈଜ୍ଞାନିକମାନେ ଆଶାୟୀ ଅଛନ୍ତି ।

Comments are closed.