Latest Odisha News

BREAKING NEWS

କୁନି ଝିଅର ହଜିଗଲା କଣ୍ଢେଇ : ଫେରାଇବାକୁ ପାଇଲଟ ଗଲେ ୬ ହଜାର ମାଇଲ

ନ୍ୟୁୟର୍କ: ବେଳେ ବେଳେ କିଛି ଲୋକ ଏମିତି କିଛି କରି ବସନ୍ତି, ଯାହା ସେମାନଙ୍କୁ କେବଳ ଚର୍ଚ୍ଚିତ କରାଏ ନାହିଁ । ବରଂ ହୃଦୟବାନ ଭାବେ ସାବାସି ପାଇଥାଏ । ଜଣେ ପାଇଲଟଙ୍କ କ୍ଷେତ୍ରରେ ଏମିତି କିଛି ଘଟଣା ଘଟିଲା ଯାହା ତାଙ୍କୁ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ପରିଚିତି ଦେଇପାରିଛି । ଘଟଣାଟି ଘଟିଛି ଆମେରିକାରେ ।

ଆମେରିକାର ଏୟାରଲାଇନ୍ସରେ ପାଇଲଟ୍ ଭାବେ କାମ କରନ୍ତି ଜେମ୍ସ ଡେନେନ୍ । ଦିନେ ସେ ଫେସ୍‌ବୁକ ଜରିଆରେ ଜାଣିବାକୁ ପାଇଲେ ଯେ, ବାଲେନ୍‌ଟିନା ନାମକ ଜଣେ ୯ ବର୍ଷୀୟା ଝିଅର କଣ୍ଢେଇ ହଜିଯାଇଛି । ଯାହା ଶେଷଥର ପାଇଁ ଟୋକିଓର ବିମାନ ବନ୍ଦରରେ ଦେଖାଯାଇଥିଲା । ଝିଅର ପରିବାର ଇଣ୍ଡୋନେସିଆ ଯାତ୍ରା କରି ଟେକ୍ସାସ୍ ଫେରୁଥିଲେ । ସେମାନଙ୍କୁ ମଝିରେ ଟୋକିଓରେ ରହିବାକୁ ପଡିଥିଲା । ଜେମ୍ସ ଏହା ଜାଣି ଟୋକିଓ ଏୟାରଲାଇନ୍ସ ସହ ସମ୍ପର୍କ କଲେ । ଏହାପରେ ହଜିଥିବା ସେହି କଣ୍ଢେଇ ବାବଦରେ ସେ ଜାଣିବାକୁ ପାଇଥିଲେ । ଜେମ୍ସ ସେହି କଣ୍ଢେଇର ଫଟୋକୁ ବାଲେନ୍‌ଟିନାକୁ ପଠାଇଲେ ।

ଝିଅଟିର ତାର କଣ୍ଢେଇ ଚିହ୍ନିବା ପରେ ଜେମ୍ସ ବିମାନରେ ୬ହଜାର ମାଇଲ ଯାତ୍ରା କରି ଝିଅ ପାଖରେ ପହଞ୍ଚିଥିଲେ । ସେହି କଣ୍ଢେଇକୁ ଝିଅକୁ ଫେରାଇଥିଲେ । ଝିଅଟି ୩ ସପ୍ତାହ ପରେ ହଜିଥିବା କଣ୍ଢେଇକୁ ପାଇ ଖୁସିରେ ନାଚି ଉଠିଥିଲେ । ଏଥିସହ ଜେମ୍ସ ଝିଅଟିକୁ ଆଉ କିଛି ଉପହାର ବି ଦେଇଥିଲେ । ବାଲେନ୍‌ଟିନା କହିଛନ୍ତି, ଏହି କଣ୍ଢେଇ ତାଙ୍କ ପାଇଁ ଅମୂଲ୍ୟ । ଏହା ତାଙ୍କୁ ବହୁତ ଖୁସି ଦିଏ । ଜେମ୍ସ ମଧ୍ୟ ବାଲେନ୍‌?ଟିନାଙ୍କୁ ସାହାଯ୍ୟ କରି ଖୁସି ଥିବା କହିଛନ୍ତି । ସେ କହିଛନ୍ତି, ଲୋକଙ୍କୁ ସାହାଯ୍ୟ କରିବା ତାଙ୍କୁ ଭଲ ଲାଗେ ।

 

Leave A Reply

Your email address will not be published.