Latest Odisha News

BREAKING NEWS

ପୁଣି ଥରେ ସ୍ଥଗିତ ରହିଲା ସ୍ପାଡେକ୍ସ ମିଶନ ଇନ-ସ୍ପେଶ୍ ଡକିଂ

ନୂଆଦିଲ୍ଲୀ: ପୁଣି ଥରେ ସ୍ପାଡେକ୍ସ ମିଶନ ଡକିଂକୁ ସ୍ଥଗିତ ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ମହାକାଶରେ ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପାଡେକ୍ସ ମିଶନରେ ହେବାକୁ ଥିବା ଇନ-ସ୍ପେଶ୍ ଡକିଂକୁ ସମୟକୁ ପୁଣି ଥରେ ଘୁଞ୍ଚାଇଛି । ପୂର୍ବରୁ ମଧ୍ୟ ଜାନୁଆରୀ ୭ରୁ ୯ ତାରିଖକୁ ଡକିଂ ପ୍ରକ୍ରିୟାକୁ ଘୁଞ୍ଚାଇଥିଲା ଇସ୍ରୋ । ଆଜି ମହାକାଶରେ ୨ଟି ସ୍ପେଶକ୍ରାଫ୍ଟକୁ ଇସ୍ରୋ ଯୋଡିବା ନେଇ ଯୋଜନା କରିଥିବା ବେଳେ ପୁଣି ଥରେ ଏହାର ତାରିଖକୁ ଘୁଞ୍ଚାଯାଇଛି । ଏନେଇ ନିଜ ଏକ୍ସରେ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗତ ଡିସେମ୍ବର ୩୦ ତାରିଖରେ ରାତି ୧୦ଟାରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ PSLV-C60 ରକେଟ୍ ସହାୟତାରେ ସ୍ପେଡେକ୍ସ ମିଶନର ସଫଳ ଉତକ୍ଷେପଣ ହୋଇଥିଲା । ଏହାକୁ ନେଇ ଗତ ୭ ତାରଖରେ ମହାକାଶରେ ଇନ-ସ୍ପେଶ୍ ଡକିଂ କରିବାକୁ ଯୋଜନା ରଖିଥିଲା ଇସ୍ରୋ । ହେଲେ ପରେ ଏହାକୁ ଆଜି ପାଇଁ ସ୍ଥାନନ୍ତରିତ କରିଥିଲା । ହେଲେ ଆଜି ମଧ୍ୟ ଡକିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ।

ତେବେ ଡକିଂ ପାଇଁ ମହାକାଶକୁ ଛଡାଯାଇଥିବା ଦୁଇଟି ସାଟେଲାଇଟ୍ ମିଶନ SDX01 (ଚେଜର୍) ଏବଂ SDX02 (ଟାର୍ଗେଟ) ମଧ୍ୟରେ ଅତ୍ୟଧିକ ଡ୍ରିଫ୍ଟ ଚିହ୍ନଟ ହେବା ପରେ ଇସ୍ରୋ ଏହି ପଦକ୍ଷେପ ଗ୍ରହଣ କରିଛି ।  ଏହାକୁ ନେଇ ଇସ୍ରୋ କହିଛି, ଯେ ଉପଗ୍ରହ ମଧ୍ୟରେ ଥିବା ୨୨୫ ମିଟର ଦୂରତାକୁ ହ୍ରାସ କରିବା ପାଇଁ ଏକ ଉତକ୍ଷେପଣ ବେଳେ ଏହି ସମସ୍ୟ ଉପୁଜିଥିଲା । ଭିଜିବିଲିଟି ପିରିୟଡ ପରେ ଏହି ଡ୍ରିଫ୍ଟ ଆଶାଠାରୁ ଅଧିକ ବୃଦ୍ଧି ହୋଇଥିଲା । ଯାହାକୁ କମାଇବାକୁ ଯାଇ କିଛି ସମସ୍ୟା ଦେଇଥିଲା । ତେବେ ସାଟଲାଇଟ ଦ୍ବୟ ସୁରକ୍ଷିତ ଏବଂ ସୁସ୍ଥ ରହିଛି । ଏଥିସହିତ ଖୁବଶୀଘ୍ର ଡକିଂ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ନେଇ ସୂଚନା ଦେଇଛି ଇସ୍ରୋ ।

ଇସ୍ରୋର ସ୍ପାଡେକ୍ସ ମିଶନ୍, PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B। ଏହି ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ରକେଟରୁ ଟାର୍ଗେଟ୍ ଅଲଗା ହେବାର ୩ ସେକେଣ୍ଡ୍ ପରେ ଚେଜର୍ ଅଲଗା ହୋଇ ଗୋଟିଏ ଦିଗରେ ଯାତ୍ରା ଆରମ୍ଭ କରିଥିଲା । ଏବେ ୨୨୦ କେଜିର ଏହି ଦୁଇଟି ସାଟେଲାଇଟ ଭୂପୃଷ୍ଠରୁ ପ୍ରାୟ ୪୭୫ କିଲୋମିଟର ଉଚ୍ଚତାରେ ବୁଲୁଛି ।

Leave A Reply

Your email address will not be published.