Latest Odisha News

BREAKING NEWS

ଜିସାଟ୍-୩୧ର ସଫଳ ଉତକ୍ଷେପଣ, ସୁଦୃଢ ହେଲା ଭାରତୀୟ ଯୋଗାଯୋଗ ବ୍ୟବସ୍ଥା

ନୂଆଦିଲ୍ଲୀ : ଫ୍ରେଞ୍ଚ୍ ଗୁଆନାସ୍ଥିତ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୧କୁ ବୁଧବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି।

ଏହା ପ୍ରାୟ ରାତି ୨ଟା ୩୧ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟି ପ୍ରାୟ ୪୨ ମିନିଟର ଉଡାଣ ପରେ ଏରିଏନ୍-୫ ଜରିଆରେ ମହାକାଶକୁ ଛଡାଯାଇଛି ।

ଏହା ଭିସାଟ୍ ନେଟ୍ଓ୍ଵାର୍କ, ଟେଲିଭିଜନ୍ ଅପ୍ଲିଙ୍କ୍, ଡିଜିଟାଲ୍ ସାଟେଲାଇଟ୍ ନିଉଜ୍ ଗ୍ୟାଦରିଙ୍ଗ୍, ଡିଟିଏଚ୍-ଟେଲିଭିଜନ୍ ସର୍ଭିସ୍, ସେଲୁଲାର୍ ବ୍ୟାକହଲ୍ ସଂଯୋଗ ଆଦି କ୍ଷେତ୍ରରେ କାର‌୍ୟ୍ୟ କରିବ।

ଆହୁରି ମଧ୍ୟ ୨, ୫୩୫ କିଲୋ ଓଜନ ବିଶିଷ୍ଟ ଏହି ଜିସାଟ୍-୨୧ ଉପଗ୍ରହ ବହୁବିଧ ଯୋଗାଯୋଗ ସୁବିଧା ଉପଲବ୍ଧ କରାଇବ । ଏହା ହେଉଛି ଦେଶର ୪୦ତମ ଯୋଗାଯୋଗ କୃତ୍ରିମ ଉପଗ୍ରହ। ଏହା ଆଗାମୀ ୧୫ ବର୍ଷ ଧରି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.