Latest Odisha News

BREAKING NEWS

ଚନ୍ଦ୍ର ପରେ ଏବେ ଇସ୍ରୋର ସୂର୍ଯ୍ୟ ମିଶନ, ଲଞ୍ଚ ହେବ ଆଦିତ୍ୟ-L1

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ଗବେଷଣା କରିବ ଇସ୍ରୋ। ଖୁବ୍‌ଶୀଘ୍ର ଆଦିତ୍ୟ-L1 ଉପଗ୍ରହ ଲଞ୍ଚ ହେବା ନେଇ ମିଳିଛି ସୂଚନା। ଚଳିତ ମାସ ଶେଷ ଆଡକୁ ସୂର୍ଯ୍ୟ ଅଭିମୁଖେ ପ୍ରଥମ ସାଟେଲାଇଟ୍ ପଠାଇବ ଇସ୍ରୋ। ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ଉପରେ ଅଧିକ ଗବେଷଣା ସହ ଅଧିକ ତଥ୍ୟ ଜାଣିହେବ। ସୂର୍ଯ୍ୟଙ୍କର ଗବେଷଣା ପାଇଁ ପଠାଯିବାକୁ ଥିବା ସାଟେଲାଇଟର ଫଟୋ ଜାରି କରିଛି ଇସ୍ରୋ।

ସୋଲାର୍ ମିଶନ ପାଇଁ ସଜବାଜ ହେଉଛି ଇସ୍ରୋ। ଆଦିତ୍ୟ L1 ହେଉଛି ଭାରତର ପ୍ରଥମ ସାଟେଲାଇଟ୍ ଯାହା ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବ। ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ଏହାର ନିର୍ମାଣ କରାଯାଇଥିବା ବେଳେ ଶ୍ରୀହରିକୋଟାକୁ ଅଣାଯାଇଛି। ସାଟେଲାଇଟ ଲଞ୍ଚି ଭେହିକିଲ PSLV-C57 ଦ୍ୱାରା ଆଦିତ୍ୟ-L1ର ଉତକ୍ଷେପଣ କରାଯିବ।

ବେଙ୍ଗାଲୁରୁ ସ୍ଥିତ ୟୁଆର ରାଓ ସାଟେଲାଇଟ୍ ସେଣ୍ଟରରେ ଆଦିତ୍ୟ L1କୁ ବିକଶିତ କରାଯାଇଛି। ମିଶନ ସୂର୍ଯ୍ୟ ପାଇଁ ଆଦିତ୍ୟ L1 ପରିକଳ୍ପନା ୨୦୦୮ରେ କରାଯାଇଥିଲା। ଜର୍ମାନୀ ୨୨ଟି ସୋଲାର ମିଶନ ପ୍ରେରଣ କରିଛି। ନାସା ପ୍ରଥମ ସୋଲାର ମିଶନ ପାୟୋନିୟର-୫କୁ ୧୯୬୦ରେ ପଠାଇଥିଲା। ତେବେ ଇସ୍ରୋର ଏହି ମିଶନ ସୂର୍ଯ୍ୟଙ୍କ ଏଚଡି ଫଟୋ ଉଠାଇବ। ଇସ୍ରୋ ଅଧ୍ୟକ୍ଷଙ୍କ କହିବା ଅନୁସାରେ, ଭାରତର ଆଦିତ୍ୟ-L1 ସୂର୍ଯ୍ୟ ରଶ୍ନି ସହିତ ସୌର ଝଡ଼ ଉପରେ ନଜର ରଖିବ।

Comments are closed.