ନୂଆଦିଲ୍ଲୀ: ଇସ୍ରାେର ୧୦୦ତମ ମିଶନକୁ ଝଟକା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏନଭିଏସ-୦୨ ଉପଗ୍ରହ ସଠିକ୍ କକ୍ଷପଥରେ ସ୍ଥାପନ ହୋଇ ନପାରିବାରୁ ମିଶନ ବିଫଳ ହୋଇଛି। କାରଣ ମହାକାଶଯାନର ଥ୍ରଷ୍ଟରଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟ କରିପାରିନଥିଲା। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତର ନିଜସ୍ୱ ମହାକାଶ-ଭିତ୍ତିକ ନାଭିଗେସନ୍ ସିଷ୍ଟମ ପାଇଁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଏନଭିଏସ-୦୨ ଉପଗ୍ରହକୁ ଜାନୁଆରୀ ୨୯ ରେ GSLV-Mk 2 ରକେଟ୍ ଦ୍ୱାରା ଉତକ୍ଷେପଣ କରାଯାଇଥିଲା। ତେବେ ଏହା ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଇସ୍ରୋର ୧୦୦ ତମ ଉତକ୍ଷେପଣ ଥିଲା।
ଇସ୍ରୋର ୱେବସାଇଟ୍ ଅନୁଯାୟୀ, ମହାକାଶ ଯାନରେ ସ୍ଥାପିତ ଥ୍ରଷ୍ଟରଗୁଡ଼ିକ କାମ ନକରିବାରୁ ଏନଭିଏସ-୦୨ ଉପଗ୍ରହକୁ ସଠିକ୍ କକ୍ଷପଥରେ ସ୍ଥାପନ କରାଯାଇପାରିଲା ନାହିଁ।
Comments are closed.