Latest Odisha News

BREAKING NEWS

‘ଜୋରିମାନା ଦାଖଲ କରୁନଥିବା ଲିଜଧାରୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’

ପୁରୀ: ଖୋର୍ଦ୍ଧା ଜିଲ୍ଲାର ୧୯ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ପ୍ରସଙ୍ଗ । ସେମାନଙ୍କ ମଧ୍ୟରୁ ଆଜି ଯାଏଁ ଖଣି ଲିଜଧାରୀମାନେ ସମୁଦାୟ ୫ କୋଟି ୨୧ ଲକ୍ଷ ଟଙ୍କା ଜୋରିମାନା ବାବଦକୁ ଶ୍ରୀମନ୍ଦିର ପ୍ରଶାସନରେ ଦାଖଲ ଦେଇଛନ୍ତି । ତେବେ ବାରମ୍ବାର ନୋଟିସ୍ ପରେ ମଧ୍ୟ ଜୋରିମାନା ଦାଖଲ କରୁନଥିବା ଲିଜଧାରୀଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ ଏବଂ ଓପିଡିଆର୍ ମାମଲା ରୁଜୁ କରିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ପଥର ଖଣି ଲିଜଧାରୀ ମାନେ ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ପରିମାଣର ନିର୍ମାଣ ପଥର ଏବଂ ମାଙ୍କଡ଼ା ପଥର ଉତ୍ତୋଳନ କରିଥିବାରୁ ଜୋରିମାନା ମୂଲ୍ୟ ଦାଖଲ କରିବାକୁ ୧୯ ଜଣ ଖଣି ଲିଜଧାରୀଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ୭ ଦିନିଆ ନୋଟିସ୍ ଜାରି କରାଯାଇଥିଲା ।

କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା କୈଫିୟତ ଦାଖଲ କରିବାକୁ ନୋଟିସ୍ ଜାରି କରିଥିଲେ । ଏଥିରେ ଖିଲାପ ହେଲେ ଖଣିର ଚୁକ୍ତି ପତ୍ର ରଦ୍ଦ କରାଯିବ ବୋଲି କଡା ଶବ୍ଦରେ ସତର୍କ କରାଇଥିଲେ ।

Comments are closed.