Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ

ପୁରୀ: ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ । ଗୁରୁ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଈଶ୍ୱର ଚନ୍ଦ୍ର ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିବେ । ଚଳିତ ବର୍ଷ ଦେଶରୁ ୪୬ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଈଶ୍ୱର ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ପୁରସ୍କୃତ ହେବେ । ଯାହାକୁ ନେଇ ନିମାପଡ଼ା ବ୍ଲକ କନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି ।

ଶିକ୍ଷକଙ୍କ ଠାରୁ ନେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଈଶ୍ୱର ଚନ୍ଦ୍ରଙ୍କୁ ନେଇ ଗର୍ବ କରୁଛନ୍ତି । ତେବେ ଜାତୀୟ ଶିକ୍ଷା ପୁରସ୍କାର ଆଗାମୀ ଦିନରେ ଶିକ୍ଷାଦାନ କ୍ଷେତ୍ରରେ ଆହୁରି ପ୍ରେରଣା ଦେବା ସହ ଉତ୍ସାହିତ କରିବ ବୋଲି କହିଛନ୍ତିଈଶ୍ୱର ।  ଶିକ୍ଷକତା ବୃତ୍ତିକୁ ଆପଣାଇଥିବା ଈଶ୍ୱର ଜଣେ ଭଲ ଲେଖକ ମଧ୍ୟ । ସେ ପ୍ରାୟ ୧୮ଟି ପୁସ୍ତକ ଓ ଉପନ୍ୟାସ ଲେଖିଛନ୍ତି ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡ ଲୁମ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ୍ ପରେ ଚାକିରି ଆରମ୍ଭ କରିଥିଲେ ଈଶ୍ୱର । ହେଲେ ମୋଟା ଅଙ୍କର ଦରମା ସତ୍ତ୍ୱେ ସେ ଚାକିରିକୁ ନେଇ ସନ୍ତୁଷ୍ଟ ନଥିଲେ ।

୨୦୦୧ ମସିହାରେ ମାତ୍ର ୧୫୦୦ ଟଙ୍କାରେ ଆରମ୍ଭ କରିଥିଲେ ଶିକ୍ଷକତା । ଶିକ୍ଷାର ପୂଜାରୀ ଈଶ୍ୱରଙ୍କ ଲିଖିତ ପୁସ୍ତକ ‘ଅଳିଆ ରୁ ଅ ଆ’ ମଧ୍ୟ ଜାତୀୟ ସ୍ତରରେ ଆଦୃତି ପାଇଛି । ପୂର୍ବରୁ ଅନେକ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଛନ୍ତି ଈଶ୍ୱର । ଶିକ୍ଷକତା ସହ ଗାଁର ପିଲାଙ୍କୁ ସେ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଛନ୍ତି ।

Comments are closed.