Latest Odisha News

ଛାତ୍ରୀଙ୍କୁ ଅପହରଣ ପରେ ୪ ଦିନ ଧରି ସ୍କୁଲ୍ ଗାଡ଼ି ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ

ପାରାଦୀପ: ପାରାଦୀପରେ ଲଜ୍ଜା । ଅପହରଣ ପରେ ଛାତ୍ରୀଙ୍କୁ ୪ ଦିନ ଧରି ଦୁଷ୍କର୍ମ ସହ ସ୍କୁଲ୍ ଗାଡ଼ି ଡ୍ରାଇଭର ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଏନେଇ ପାରାଦୀପ ଲକ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ଅନୀଲ ନାୟକ ଓରଫ ଚିନୁକୁ ଗିରଫ କରିଛି । ନାବାଳିକାଙ୍କ ଡାକ୍ତରୀ ମାଇନା ସହ ଚିକିତ୍ସା କରି ତଦନ୍ତ କରୁଛି ପୋଲିସ ।

ଅଭିଯୋଗ ଅନୁସାରେ, ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣଙ୍କୁ ଗଣେଶ ପୂଜା ଅପହରଣ କରାଯାଇଥିଲା । ମାମୁ ଘର ଯିବା ସମୟରେ ନାବାଳିକାଙ୍କୁ ରାସ୍ତାରୁ ଅପହରଣ କରି ନେଇଥିଲେ ସ୍କୁଲର ଜଣେ ଗାଡ଼ି ଚାଳକ । ଅପହରଣ ପରେ ଦୁଷ୍କର୍ମ କରିବା ସହ ଅତ୍ୟାଚାର କରୁଥିଲେ ।

କୌଶଳକ୍ରମେ ନାବାଳିକା ଜଣଙ୍କ ମାଆ ଦେଇଥିବା ୫ ଶହ ଟଙ୍କିଆ ନୋଟକୁ ଅଭିଯୁକ୍ତର ଝିଅ ହାତରେ ସ୍କୁଲରେ ପଢ଼ୁଥିବା ସମ୍ପର୍କୀୟ ଭଉଣୀକୁ ପଠାଇ ଥିଲେ । ଯାହା ପରେ ଘଟଣା ସାମ୍ନାକୁ ଆସିଛି । ବାପା, ମାଆ ଓ ମହିଳା ସଂଗଠନ ପୀଡ଼଼ିତାଙ୍କୁ ଉଦ୍ଧାର କରିବା ସହ ପୋଲିସରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.