ଭୁବନେଶ୍ୱର: ସରୁନି ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ଼ । ଲଗାତର ଭାବରେ ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ଼ । ସେପଟେ ଡିଏନ ଗ୍ରୁପ ମୁଖ୍ୟଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ । ଡିଏନ ଗ୍ରୁପ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି । ଆଜି ରେଡ୍ ପରେ ଆହୁରି ଅଢ଼େଇ କୋଟି ଟଙ୍କା ମିଳିଛି। ଏହାକୁ ମିଶାଇ ୩୨ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି ।
ଖବର ଅନୁଯାୟୀ, କୋଟି କୋଟି ଟଙ୍କାର ହିସାବ ପାଇଁ ଜଗଦିଶ ଓ ଚନ୍ଦ୍ରଶେଖରଙ୍କୁ ମୁହାଁମୁହିଁ ପଚରାଉଚରା ହେଉଥିବା ସୂଚନା ମିଳିଛି । ଚତୁର୍ଥ ଦିନରେ ନୟାପଲ୍ଲୀ ମୁଖ୍ୟ ଅଫିସରେ ପଚରାଉଚରା ସହ ଜବତ କାଗଜପତ୍ର ଯାଞ୍ଚ କରାଯାଉଛି । ତାହାସହ ଚଢ଼ାଉ ବେଳେ ମିଳିଥିବା ପେନ୍ଡ୍ରାଇଭ, କମ୍ପ୍ୟୁଟର ହାର୍ଡ ଡିସ୍କର ଯାଞ୍ଚ କରାଯାଉଛି। ଭୁବନେଶ୍ୱରରୀ ବିଭିନ୍ନ ସ୍ଥାନରେ ଜମି ହାତେଇବା ପ୍ରସଙ୍ଗରେ ମଧ୍ୟ ପଚରା ଉଚରା କରାଯାଉଛି। ସଂସ୍ଥା କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍ । ଜଗଦୀଶ ନାୟକ ଓ ଆସୋସିଏଟଙ୍କ ଘରେ ରେଡ୍ ବେଳେ ୧୧କୋଟିରୁ ଅଧିକ ଜବତ କ୍ୟାସ ଆରବିଆଇକୁ ପଠାଯାଇଛି। କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଖଟ ତଳେ ଥିବା ଟ୍ରଙ୍କରୁ ୧୧କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା। ଏହାସହ ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କ ଅଫିସରୁ ଶହେ କୋଟିରୁ ଉର୍ଦ୍ଧ୍ବ କ୍ୟାସ ରସିଦ ଠାବ କରାଯାଇଛି। ତଦନ୍ତକାରୀ ଟିମ୍ ହାତରେ ଲାଗିଥିବା ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ସ୍କାନର ପରିସରଭୁକ୍ତ କରାଯାଇଛି।
Comments are closed.