Latest Odisha News

BREAKING NEWS

ଶାହରୁଖ ଖାନଙ୍କୁ ଅଭିନୟ ଜଣାନାହିଁ କହି ଟ୍ରୋଲର ଶିକାର ହେଲେ ପାକିସ୍ତାନୀ ଅଭିନେତ୍ରୀ

ମୁମ୍ବାଇ: ଯଦି କୌଣସି ବ୍ୟକ୍ତିଙ୍କୁ ବଲିଉଡ଼ର ସର୍ବୋତ୍ତମ ଏବଂ ପ୍ରିୟ ଅଭିନେତାଙ୍କ ନାମ ସମ୍ପର୍କରେ ପଚାରନ୍ତି, ତେବେ ଦେଶର ଅଧିକାଂଶ ଲୋକଙ୍କ ତାଲିକାରେ ଶାହରୁଖ ଖାନଙ୍କ ନାମ ରହିବ। ତାଙ୍କର କ୍ରେଜ୍ କେବଳ ଯେ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ରହିଛି। ଲୋକେ ତାଙ୍କର ଗୋଟିଏ ଝଲକ ଦେଖିବାକୁ ଅପେକ୍ଷା କରି ବସିଥାନ୍ତି। କିନ୍ତୁ ଏହି ସମୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଜଣେ ପାକିସ୍ତାନୀ ଅଭିନେତ୍ରୀ ମହନୁର ବଲୋଚ ଶାହରୁଖ ଖାନଙ୍କ ଅଭିନୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ମହନୁର କହିଛନ୍ତି ଯେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୟ ଦକ୍ଷତା ଏବଂ ଲୁକ୍ସ ଠିକ୍ ନୁହେଁ। ଏପରି ବୟାନ ଦେବା ପରେ ସେ ତୀବ୍ର ଟ୍ରୋଲର ଶିକାର ହୋଇଛନ୍ତି।

ପାକିସ୍ତାନୀ ଚାଟ୍ ସୋ ‘ହଦ୍ କରଦୀ’ରେ ଶାହରୁଖଙ୍କ ଉପରେ ମହନୁର ବଲୋଚ ମନ୍ତବ୍ୟ ଦେଇ କହିଛନ୍ତି, ‘ଶାହରୁଖ ଖାନଙ୍କର ବହୁତ ଭଲ ବ୍ୟକ୍ତିତ୍ୱ ଅଛି, କିନ୍ତୁ ଯଦି ଆପଣ ବ୍ୟୁଟି ପାରାମିଟର ଅନୁଯାୟୀ ଦେଖନ୍ତି କିଏ ସୁନ୍ଦର, ତେବେ ସେ ଏହି ପାରାମିଟର ଭିତରେ ଆସନ୍ତି ନାହିଁ।’ ଚାଟ୍ ସୋ ହୋଷ୍ଟର ଏକ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଶାହାରୁଖଙ୍କୁ ଅଭିନୟ ମଧ୍ୟ ଜଣାନାହିଁ।

ଅଭିନେତ୍ରୀ କହିଛନ୍ତି, “ଶାହରୁଖ ଖାନଙ୍କ ବିଷୟରେ ଏହା ମୋର ମତ, ସେ ଅଭିନୟ ଜାଣନ୍ତି ନାହିଁ। ସେ ଜଣେ ଭଲ ବ୍ୟବସାୟୀ, ସେ ନିଜକୁ କିପରି ମାର୍କେଟିଂ କରିବେ ତାହା ଭଲ ଭାବେ ଜାଣନ୍ତି। ଏହା ମୋର ବ୍ୟକ୍ତିଗତ ମତ।” ଏହା ବ୍ୟତୀତ ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଶାହରୁଖ ଖାନଙ୍କର ବହୁତ ଭଲ ବ୍ୟକ୍ତିତ୍ୱ ଅଛି। ମହନୁରଙ୍କ ଏହି ସାକ୍ଷାତକାର ଭାଇରାଲ ହେବା ପରେ ଶାହାରୁଖଙ୍କ ପ୍ରଶଂସକମାନେ ଉତ୍ତେଜିତ ହୋଇଥିଲେ।

ଶାହାରୁଖଙ୍କ ଫ୍ୟାନ୍ସ ପକିସ୍ତାନୀ ଅଭିନେତ୍ରୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏନେଇ ଜଣେ ପ୍ରଶଂସକ ଲେଖିଛନ୍ତି, “ହଁ ଶାହରୁଖ ଆପଣଙ୍କ ଦେଶରେ ମଧ୍ୟ ତାଙ୍କର ମାର୍କେଟିଂ ଭଲ କରିଛନ୍ତି ତେଣୁ ଆପଣଙ୍କ ଦେଶର ଝିଅମାନେ ତାଙ୍କର ଏକ ଝଲକ ପାଇବାକୁ ଧାଡ଼ି ବାନ୍ଧୁଛନ୍ତି। ଆପଣଙ୍କ ଘରେ ଥିବା ମହିଳାମାନଙ୍କୁ ପଚାରନ୍ତୁ, ସେମାନେ ଆପଣଙ୍କୁ ଏକ ଭଲ ଉତ୍ତର ଦେଇପାରିବେ।” ଅନ୍ୟ ଜଣେ ପ୍ରଶଂସକ କହିଛନ୍ତି, “ସାରା ବିଶ୍ୱ ଶାହରୁଖଙ୍କୁ ଜାଣନ୍ତି। କିନ୍ତୁ ଆପଣ କିଏ?” ସେ ଯାହାବି ହେଉ ଶାହରୁଖ ଖାନଙ୍କ ଫିଲ୍ମି ଅନ୍ଦାଜ, ଅଭିନୟ ଏବଂ ଲୁକ୍ସ ଚୀର ସବୁଜ ହୋଇ ରହିବ ବୋଲି ଅନ୍ୟ କିଛି ଫ୍ୟାନ୍ସ କହିଛନ୍ତି।

Leave A Reply

Your email address will not be published.