Latest Odisha News

ଭିନେଶ ଅଯୋଗ୍ୟ ଘୋଷିତ; ‘ଏହା ମହିଳା ମାନଙ୍କ ପାଇଁ ଏକ ପ୍ରକାର ଶିକ୍ଷା’

ନୂଆଦିଲ୍ଲୀ: ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ଉପରେ ବିଜେପି ସାଂସଦ ହେମା ମାଲିନି କହିଛନ୍ତି ଯେ, ‘୧୦୦ ଗ୍ରାମ ହେତୁ ବିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ । ଏହା ଦ୍ବାରା ଜଣାଯାଏ ଯେ, ନିଜର ଓଜନକୁ ସଠିକ୍ ଭାବରେ ବଜାୟ ରଖିବା କେତେ ମହତ୍ବପୂର୍ଣ୍ଣ ଅଟେ । ଏଥିରୁ, ଆମେ ସମସ୍ତେ କଳାକାର ଏବଂ ମହିଳାମାନେ ଶିଖିବା ଉଚିତ୍ ଯେ ୧୦୦ ଗ୍ରାମ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ବିନେଶଙ୍କ ପାଇଁ ବହୁତ ଦୁଃଖ ଅନୁଭବ କରୁଛି । ମୁଁ ଇଚ୍ଛା କରେ ସେ ୧୦୦ ଗ୍ରାମ ଓଜନ ହ୍ରାସ କରିଥାନ୍ତେ କିନ୍ତୁ ବର୍ତ୍ତମାନ ସେ ଏହି ସୁଯୋଗ ପାଇବେ ନାହିଁ’ ।

ସୂଚନାଯୋଗ୍ୟ, ଆଜି (ବୁଧବାର) ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ବଡ ବଡ଼ ଝଟକା ଲାଗିଛି । ଫାଇନାଲ୍‌ ରେ ପ୍ରବେଶ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ଭାରତୀୟ ରେସଲର୍ ଭିନେଶ ଫୋଗାଟ୍‌ । ୫୦ କେଜି ଠାରୁ ଭିନେଶ ମାତ୍ର କିଛି ଗ୍ରାମ୍‌ ଅଧିକ ଓଜନର ଥିବା ସୂଚନା ମିଳିଛି । ଯାହାକୁ ନେଇ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିଣା କରାଯାଇଛି ।

ତେବେ ସେମିଫାଇନାଲରେ କ୍ୟୁବା ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ । ଆଜି ଫାଇନାଲ୍‌ରେ ଆମେରିକାର ରେସଲରଙ୍କ ବିପକ୍ଷରେ ସ୍ୱର୍ଣ୍ଣ ପଦକ ପାଇଁ ଭିନେଟ୍‌ ମ୍ୟାଚ୍‌ ଖେଳି ଥାନ୍ତେ । ହେଲେ ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ସେ ଆଜି ଅଯୋଗ୍ୟ ଘୋଷିତ ହୋଇଛନ୍ତି ।

Comments are closed.