Latest Odisha News

BREAKING NEWS

ସମସ୍ତ ଘରୋଇ ସ୍କୁଲ ସରକାରୀ ନିୟମ ମାନିବା ଅତ୍ୟନ୍ତ ଆବଶ୍ୟକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ସ୍କୁଲ ଗୁଡ଼ିକରେ ନିଜସ୍ୱ ପ୍ରକାଶନୀ ବହି ବିକ୍ରି କରି ଅଭିଭାବକଙ୍କୁ ଶୋଷଣ କରିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଘରୋଇ ସ୍କୁଲ ଗୁଡିକ ଭିନ୍ନ ଭିନ୍ନ ପବ୍ଲିକେସନ୍ ପୁସ୍ତକ ପଢ଼ାଯାଉଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଘରୋଇ ସ୍କୁଲ୍ ମନମାନୀ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହେଉଛି । ଯଦି କୌଣସି ସ୍କୁଲ୍‌ ବିରୋଧରେ ଅଭିଯୋଗ ଆସିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଏହା ଦ୍ବାରା ଜାତୀୟ ଶିକ୍ଷା ନୀତିର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ପିଲାମାନେ NCERT ବହି ପଢ଼ିବା ଆବଶ୍ୟକ । ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଆବଶ୍ୟକ ଅଟେ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ‘ଯେତେବେଳେ ଘରୋଇ ସ୍କୁଲ୍ ମନମାନୀ କରୁଛନ୍ତି, ସେନେଇ ବିଭାଗ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବ । ସବୁ ଘରୋଇ ସ୍କୁଲ୍ ସରକାରୀ ନିୟମ ମାନିବା ଜରୁରୀ ।

Leave A Reply

Your email address will not be published.