Latest Odisha News

ତମ୍ବାଖୁ କମ୍ପାନୀରେ ରେଡ୍: ପୁଳାପୁଳା ଟଙ୍କା ସହ ୬୦ କୋଟିର ଗାଡ଼ି ଜବତ

ଉତ୍ତରପ୍ରଦେଶ: ଏକ ତମ୍ବାଖୁ କମ୍ପାନୀରେ ଆୟକର ବିଭାଗର ରେଡ୍ । ଚଢ଼ାଉରୁ ମିଳିଛି ପୁଳାପୁଳା ଟଙ୍କା  ସହ ୬୦ କୋଟିରୁ ଅଧିକ ଟଙ୍କାର କାର ମଧ୍ୟ ଜବତ ହୋଇଛି ।  କାନପୁର ସ୍ଥିତ ବଂଶୀଧର ତମ୍ବାଖୁ  କମ୍ପାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ରେଡ୍ ବେଳେ ସମସ୍ତ ସମ୍ପତି ଆୟକର ବିଭାଗ ହାତରେ ଲାଗିଥିଲା । କାନପୁର, ଦିଲ୍ଲୀ, ମୁମ୍ବାଇ, ଗୁଜରାଟ ସମେତ ଏକକାଳୀନ ୨୦ଟି ସ୍ଥାନରେ ଚାଲିଛି ରେଡ୍ ।

ଏହି ଚଢ଼ାଉ ବେଳେ ଆୟକର ବିଭାଗର ୬୦କୋଟି ଟଙ୍କାରୁ ଅଧିକ ବହୁଦାମୀ ଗାଡ଼ି ଜବତ ହୋଇଛି । ଗାଡ଼ି ଦିଲ୍ଲୀ ସ୍ଥିତ ଘରେ ରଖାଯାଇଥିଲା । କାର ଭିତରୁ ସବୁଠାରୁ ଦାମୀ କାର ଥିଲା ରୟାଲ୍ସ ଫେଣ୍ଟମ । ଯାହାର ମୂଲ୍ୟ ୧୬ କୋଟି ଟଙ୍କା । ବଂଶୀଧର ତମ୍ବାଖୁର ମାଲିକ କେକେ ମିଶ୍ରଙ୍କ ପୁଅ ପାଖରୁ ଏହି ଗାଡ଼ି ମିଳିଛି । କେବଳ ସେତିକି ନୁହେଁ ତାଙ୍କ ଘରୁ ମ୍ୟାକଲନରନ୍, ଲମ୍ବର୍ଗିନି, ଫେରାରି ଭଳି ଗାଡ଼ି ମଧ୍ୟ ଜବତ କରିଛି ଆୟକର ବିଭାଗ । ଯାହାର ମୂଲ୍ୟ ରହିବ କୋଟି କୋଟି ଟଙ୍କା । ଏହି ଚଢ଼ାଉରେ ଆୟକର ବିଭାଗ ୪କୋଟି ୫ ଲକ୍ଷ ଟଙ୍କା ଜବତ କରିଛି । ଏହା ସହ କିଛି ଗୁରୁତ୍ବପୂଣ୍ଣର୍ ଦସ୍ତାବିଜ ମଧ୍ୟ ଆୟକର ବିଭାଗ ଜବତ କରିଛି ।

ସୂଚନା ମୁତାବକ, ସେହି ତମାଖୁ କମ୍ପାନୀ ହିସାବ- କିତାବରେ ଦର୍ଶାଯାଇଥିବା କମ୍ପାନୀକୁ ଫେକ୍ ଚେକ୍ ଜାରି କରୁଥିଲେ । କମ୍ପାନୀର ଆୟ ୨୦ରୁ ୨୫ କୋଟି ଟଙ୍କା ଦେଖାଉଥିବା ବେଳେ ପ୍ରକୃ୍ତ ଆୟ କିନ୍ତୁ ୧୦୦ରୁ ୧୫୦ କୋଟିରୁ ଅଧିକ ଥିଲା । ତେଣୁ ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗର ଟିମ୍ ଏହି ତମାଖୁ କମ୍ପାନୀର ବିଭିନ୍ନ ଅଫିସରେ ଗତ ୧୬ ଘଂଟାରୁ ଅଧିକ ସମୟ ହେବ ରେଡ୍ ଜାରି ରଖିଛି ।

Leave A Reply

Your email address will not be published.