Latest Odisha News

BREAKING NEWS

ହିନ୍ଦୁ ରୀତିନୀତିରେ ବାହାଘର କାର୍ଡ ଛପେଇଲେ ମୁସଲିମ୍ ପରିବାର, ପ୍ରଥମେ ଗଣେଷଙ୍କୁ କଲେ ନିମନ୍ତ୍ରଣ

ଲକ୍ଷ୍ନୌ: ଯେତେବେଳେ ବି କାହାର ବିବାହ ସ୍ଥିର ହୁଏ, ସେତେବେଳେ ପ୍ରଥମେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିମନ୍ତ୍ରଣ କାର୍ଡର ଖୋଜା ପଡିଥାଏ । ହିନ୍ଦୁ ଧର୍ମରେ ବିବାହ କରୁଥିବା ଲୋକମାନେ ପ୍ରଥମେ ଭଗବାନ ଗଣେଶଙ୍କୁ ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ ପ୍ରଦାନ କରନ୍ତି ଏବଂ ପରେ ସେମାନଙ୍କ ଅତିଥିମାନଙ୍କ ମଧ୍ୟରେ ବଣ୍ଟନ କରନ୍ତି । କାରଣ ଗଜାନନ ହେଉଛନ୍ତି ସମସ୍ତ ହିନ୍ଦୁ ଦେବତାଙ୍କ ମଧ୍ୟରେ ଅଗ୍ର । ସେହିପରି ମୁସଲିମ ଧର୍ମର ଲୋକମାନେ ସେମାନଙ୍କ ବିବାହ ବା ନିକାହ ପାଇଁ ଉର୍ଦ୍ଦୁ କିମ୍ବା ଇଂରାଜୀ ଭାଷାରେ ନିମନ୍ତ୍ରଣ କାର୍ଡ ମୁଦ୍ରିତ କରିଥାଆନ୍ତି। କିନ୍ତୁ ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାର ଏକ ମୁସଲମାନ ପରିବାର ଏପରି କିଛି କାର୍ଯ୍ୟ କରିଛନ୍ତି ଯାହା ସତରେ ହୃଦୟସ୍ପର୍ଶୀ । ଏହି ମୁସଲିମ ପରିବାର ତାଙ୍କ ପୁଅର ବିବାହ ପାଇଁ କେବଳ ହିନ୍ଦୀ ଭାଷାରେ କାର୍ଡ ଛପେଇଛନ୍ତି ତାହା ନୁହେଁ ବରଂ ନିମନ୍ତ୍ରଣ କାର୍ଡକୁ ପ୍ରଥମେ ପ୍ରଭୁ ଗଣେଷଙ୍କୁ ଦେଇଛନ୍ତି ।

ସୂଚନା ଅନୁସାରେ, ବାହରାଇଚ୍ ଜିଲ୍ଲାର ଏକ ମୁସଲମାନ ପରିବାର ଦ୍ୱାରା ମୁଦ୍ରିତ ବିବାହ କାର୍ଡକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ବାହରାଇଚର ଅଜହୁଲ କମର ତାଙ୍କ ପୁଅର ବିବାହ ପାଇଁ ହିନ୍ଦୀ ଏବଂ ହିନ୍ଦୁ ରୀତିନୀତିରେ କିଛି କାର୍ଡ ଛପାଇଛନ୍ତି । ସେ କହିଛନ୍ତି ଯେ, ହିନ୍ଦୁ ରୀତିନୀତି ଅନୁଯାୟୀ ସେ ପ୍ରଭୁ ଗଣେଶଙ୍କ ନିକଟକୁ ପ୍ରଥମ ନିମନ୍ତ୍ରଣ କାର୍ଡ ପଠାଇଛନ୍ତି। ଏହି ବିବାହ କାର୍ଡର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଉଭୟ ପୁଅ ପକ୍ଷ ଓ ଝିଅ ପକ୍ଷ ମୁସଲମାନ ସମ୍ପ୍ରଦାୟ | ଅଜହୁଲ କମର କହିଛନ୍ତି ଯେ, ତାଙ୍କ ପୁଅ ସମୀର ଅହମ୍ମଦଙ୍କ ବିବାହ ୨୯ ଫେବୃଆରୀରେ ହୋଇଥିଲା। ବିବାହକୁ ଆସିଥିବା ସମସ୍ତ ହିନ୍ଦୁ ଅତିଥି ମାନଙ୍କୁ ଏହି କାର୍ଡ ଦିଆଯାଇଥିଲା । ଏଥିସହ ବିବାହକୁ ଆସିଥିବା ହିନ୍ଦୁ ଅତିଥିମାନଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ସ୍ଵାଗତ ମଧ୍ୟ କରାଯାଇଥିଲା ।

ଅଜହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଆମେମାନେ ନିଜ ହିସାବରେ ଏହି କଥା ଭାବିଥିଲୁ ଯେ, ଯେତେ ବି ହିନ୍ଦୁ ଅତିଥୀ ମାନଙ୍କୁ ନିମନ୍ତ୍ରଣ କରାଯିବ ସେମାନଙ୍କୁ ସେମାନଙ୍କ ସମ୍ପ୍ରଦାୟ ଅନୁସାରେ ପୁରା ହିନ୍ଦୁ ରୀତିନୀତି ଅନୁସାରେ ନିମନ୍ତ୍ରଣ କରାଯିବ । କେବଳ ଏତିକି ନୁହେଁ, ହିନ୍ଦୁମାନଙ୍କ ପାଇଁ ପ୍ରୀତିଭୋଜନର କାର୍ଯ୍ୟକ୍ରମ ଏକ ଦିନ ପୂର୍ବରୁ ମଧ୍ୟ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.