Latest Odisha News

କୋର୍ଟରେ ବୃଦ୍ଧ ଦମ୍ପତିଙ୍କ କଳି; ଜଜ୍ କହିଲେ- ଲାଗୁଛି କଳିଯୁଗ ଆସିଗଲା

ଆହ୍ଲାବାଦ: ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ଜଣେ ବୃଦ୍ଧ ଦମ୍ପତିଙ୍କ ଘରୋଇ ବିବାଦକୁ ନେଇ ଚିନ୍ତାବ୍ଯକ୍ତ କରିଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି – ‘ଲାଗୁଛି କଳିଯୁଗ ଆସିଗଲା।

ସ୍ବାମୀଙ୍କଠୁ ଭରଣପୋଷଣ ପାଇବା ପାଇଁ ପତ୍ନୀ ଏକ ଆଇନଗତ ଲଢେଇ ଲଢୁଛନ୍ତି।

ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ସୌରଭ ଶ୍ୟାମଶେରୀ ଏହି ଆବେଦନର ଶୁଣିବାବେଳେ କହିଛନ୍ତି – ୮୦ ବର୍ଷ ବୟସରେ ମଧ୍ୟ ଭରଣପୋଷଣ ପାଇଁ ସଂଘର୍ଷ ଏକ ଚିନ୍ତାର ବିଷୟ। ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ଝଗଡା ସମ୍ପର୍କରେ ସ୍ୱାମୀଙ୍କ ଆବେଦନକୁ ନେଇ କୋର୍ଟ କହିଛନ୍ତି ଯେ ଲାଗୁଛି ଯେମିତି କଳିଯୁଗ ଆସିଗଲା।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ବୃଦ୍ଧ ଦମ୍ପତିଙ୍କ ମଧ୍ୟରେ ବୁଝାମଣା ନହୁଏ, ତେବେ ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର ହେବ। ତେବେ ସ୍ୱାମୀଙ୍କ ଆବେଦନ ଉପରେ କୋର୍ଟ ପତ୍ନୀଙ୍କୁ ନୋଟିସ ଜାରି କରିଛନ୍ତି। ଏହା ପରେ କୋର୍ଟ ଆଶାବ୍ୟକ୍ତ କରିଛନ୍ତି ଯେ ଆଗାମୀ ଦିନରେ ଉଭୟଙ୍କ ମଧ୍ୟରେ ବୁଝାମଣା ହେଇଯାଉ ବୋଲି।

ସୂଚନାଯୋଗ୍ୟ, ଆଲିଗଡ଼ର ଜଣେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ସୁପରଭାଇଜର ମୁନେଶ କୁମାର ଗୁପ୍ତା (୮୦) ଓ ତାଙ୍କ ପତ୍ନୀ ଗାୟତ୍ରୀ (୭୬)ଙ୍କ କଳି କୋର୍ଟରେ ପହଞ୍ଚିଛି। ଉଭୟଙ୍କ ମଧ୍ୟରେ ୨୦୧୮ ମସିହାରୁ ସମ୍ପତ୍ତି ବିବାଦ ଲାଗି ରହିଛି। ତେବେ ତଳ କୋର୍ଟଙ୍କ ଭରଣପୋଷଣ ରାୟକୁ ସ୍ୱାମୀ ମୁନେଶ କୁମାର ବିରୋଧ କରି ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଯାହା ପରେ ହାଇକୋର୍ଟ ମାମଲାର ଶୁଣାଣି କରି ଏଭଳି କହିଛନ୍ତି।

Leave A Reply

Your email address will not be published.