Latest Odisha News

BREAKING NEWS

ସର୍କସରେ ଚାଲିଥିଲା ବାଘଖେଳ, ପଛପଟୁ ଟ୍ରେନରଙ୍କୁ ମାଡ଼ି ବସିଲା ଆଉ ଏକ ବାଘ

ଚାଲିଥିଲା ସର୍କସ  । ଦର୍ଶକ ମଜ୍ଜି ଯାଇଥିଲେ । ତାଳିମାଡରେ କମ୍ପୁଥିଲା ପରିବେଶ । ହଠାତ୍ ଘଟିଲା ଭୟଙ୍କର କାଣ୍ଡ । ବାଘକୁ ନେଇ ଖେଳ ଦେଖାଉଥିଲେ ଜଣେ ଟ୍ରେନର । ହଠାତ ବାଘଟି  ଆସିଲା ଆଉ ଟ୍ରେନରଙ୍କ ଗୋଡକୁ କାମୁଡି ଧରିଲା । ଆଉତା ପରେ ହସଖୁସିରେ ଉଛୁଳି ପଡୁଥିବା ପଡିଆ ଥରି ଉଠିଲା ଚିତ୍କାରରେ । ଖାଲି ଶୁଭୁଥିଲଶ ହଜାର ହଜାର ଦର୍ଶକ ଭୟଭୀତ ଚିତ୍କାର । ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାଟି ଇଟାଲି ଲିସି ଅଞ୍ଚଳର । ଏହି ଘଟଣାର ଦୃଶ୍ୟକୁ କେହି ଜଣେ ଭିଡିଓ ସୁଟ କରିଥିଲେ ଯାହା ଟୁଇଟରରେ ଭାଇରାଲ ହୋଇଛି ।

ମାରିନା ଓରଫେଇ ସର୍କସ ପାର୍ଟି ପକ୍ଷରୁ ଏଠାରେ ସୋ ଚାଲିଥିଲା । ସର୍କସ ଟିମର ଟ୍ରେନର ଇଭାନ ଓରଫେଇ ଏକ ବାଘର ଖେଳ ଦେଖାଉଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ବାଘ ଉଚ୍ଚଜାଗାରେ ବସିଛି । ଟ୍ରେନରଓରଫେଇ ବାଘକୁ ଇନଷ୍ଟ୍ରକ୍ଟସନ ଦେଉଥିଲେ । ଏହି ସମୟରେ ହଠାତ ଆଉ ଗୋଟିଏ ବାଘ ଟ୍ରେନରଙ୍କ ପଛପଟୁ ଆସିଲା ଏବଂ  ତାଙ୍କ ଗୋଡକୁ କାମକୁ ଧରିବା ପରେ ତାଙ୍କୁ ବେକକୁ କାମୁଡି ଦେଇଥିଲେ । ଏହା ଦେଖି ଦର୍ଶକ ଚିତ୍କାର କରି ଉଠିଲେ । ତା ପରେ ଦେଖିବାକୁ ମିଳିଥିଲା ସହାୟକ ଆସି ୩୧ ବର୍ଷୀୟ ଟ୍ରେନରଙ୍କୁ ଉଦ୍ଧାର କରି ନେଇଥିଲେ ।

ଭିଡିଓଟିକୁ ସର୍କସ ପାର୍ଟିର କର୍ତ୍ତୃପକ୍ଷ ସେୟାର କରିଛନ୍ତି । ଟୁଇଟର ସହ ଫେସବୁକରେ ସେ ଏହାକୁ ସେୟାର କରିଛନ୍ତି । ସେ କହିଛନ୍ତି, ଦଳର ଜଣେ ଦକ୍ଷ ଟ୍ରେନର ଇଭାନ ବାଘ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ସୌଭାଗ୍ୟର କଥା ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ତାଙ୍କ ଶରୀର ଖଣ୍ଡିଆ ଖାବରା ହୋଇଯାଇଛି ।’

ଭିଡିଓଟି ସୋସିଆାଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ପରେ ସର୍କସ ପାର୍ଟିରେ ବାଘ ସୋ ଦେଖାଇବା ନେଇ ପୁଣି ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.