Latest Odisha News

BREAKING NEWS

ଏଠାରେ ଛେଳି ଧର, ମାଗଣାରେ ଘରକୁ ନିଅ

ରୋମ: ଇଟାଲୀରେ ଏକ ଦ୍ୱୀପରେ ଛେଳିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ଚିନ୍ତାରେ ପଡିଯାଇଛି । ଏଲିକୁଡି ଦ୍ୱୀପକୁ ଆଦର୍ଶ ରୂପ ଦେବା ପାଇଁ ୧୦୦ ଲୋକ ୧୦୦ ଛେଳି ନୀତିରେ ଏହାକୁ ବିକସିତ କରାଯାଇଥିଲା । ମାତ୍ର ଅନୁପାତ ବିଗିଡି ଯାଇଥିଲା । ମଣିଷଙ୍କ ସଂଖ୍ୟା ବିଶେଷ ବୃଦ୍ଧି ପାଇ ନ ଥିବା ବେଳେ ଛେଳିଙ୍କ ସଂଖ୍ୟା ବଢ଼ିଥିଲା । ଫଳରେ ସନ୍ତୁଳନ ବିଗିଡି ଯାଇଥିଲା । ଏବେ ପ୍ରଶାସନ ବାହାର ଲୋକଙ୍କୁ କହିଛନ୍ତି ଏଠାକୁ ଆସ ଛେଳିକୁ ଧର ଘରକୁ ମାଗଣାରେ ନିଅ ନୀତି ପ୍ରସ୍ତୁତ କରିଛନ୍ତି । ତେବେ ମାରିବା ବଦଳରେ ପାଳିବା ପାଇଁ ଏହି ପ୍ରସ୍ତାବ ଦେଇଛନ୍ତି । ୨୦ ବର୍ଷ ତଳେ ଜଣେ କୃଷକ ଏହି ଦ୍ୱୀପକୁ ଛେଳିକୁ ନେଇ ଆସିଥିଲେ ।

ଏଠାକାର ପରିବେଶ ସହ ଛେଳିମାନେ ନିଜକୁ ଅଭ୍ୟସ୍ତ କରାଇ ନେବାରୁ ସେମାନଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇଥିଲା । ଯାହା ଫଳରେ ଏମାନେ ନିର୍ଭୟରେ ବିଚରଣ କରିବା ସହ ମଣିଷଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ ।

Comments are closed.