ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୮୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୨୧ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।
ଆହୁରି ମଧ୍ୟ କରୋନା ଭାଇରସ୍ ପ୍ରଭାବରେ ଭାରତରେ ପ୍ରଥମ ଥର ଭାବେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚୀନରେ ସ୍ଥିତି ସ୍ୱାଭାବିକ ହେଉଥିବା ନେଇ ସୁତ୍ରରୁ ପ୍ରକାଶ ।
ଅଧିକ ପଢନ୍ତୁ: କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…
ସେହିପରି ବର୍ତ୍ତମାନ ସମୟରେ ଇରାନରେ ୧୪,୦୦୦ରୁ ଅଧିକ ବ୍ୟକ୍ତିି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି ।
ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୦୦ଟି ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।
Comments are closed.