ନୂଆଦିଲ୍ଲୀ:ହିମାଚଳ ପ୍ରଦେଶର କିନ୍ନୌର କୈଳାସ ଯାତ୍ରା ରୁଟରେ ଦୁଇଟି ଅସ୍ଥାୟୀ ସେତୁ ଭାସିଯିବା ପରେ ୪୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ହିମାଚଳପ୍ରଦେଶର କିନ୍ନୌରର କିନ୍ନର କୈଳାସ ଯାତ୍ରା ମାର୍ଗରେ ତାଙ୍ଗଲିଙ୍ଗ ଅଞ୍ଚଳରେ ମଧ୍ୟ ହଠାତ୍ ବନ୍ୟା ଆସିଥିଲା। ଘଟଣା ପରେ ତୁରନ୍ତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଏକ ଉଦ୍ଧାର କାର୍ଯ୍ୟ ଚଳାଇ ୪୧୩ଜଣ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।
ବୁଧବାର ସକାଳେ ତାଙ୍ଗଲିଙ୍ଗରେ ଥିବା ଦୁଇଟି ପୋଲ ଭାସି ଯାଇଥିଲା। ତେବେ କିନ୍ନୌର ଜିଲ୍ଲା ପ୍ରଶାସନ ଟ୍ରେକ୍ ରୁଟରେ ଫସି ରହିଥିବା ତୀର୍ଥଯାତ୍ରୀଙ୍କ ବିଷୟରେ ସୂଚନା ପାଇବା ପରେ, ITBP ଉଦ୍ଧାର ଦଳ ନିୟୋଜିତ ହୋଇଥିଲେ । ITBP ର 17ତମ ବାଟାଲିୟନର ଏକ ଦଳ ରଶି ଆଧାରିତ ଟ୍ରାଭର୍ସ କ୍ରସିଂ କୌଶଳ ବ୍ୟବହାର କରିଥିଲେ। ITBP ସଫଳତାର ସହ ୪୧୩ଜଣ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲା।
ଏହି ଅପରେସନ୍ ITBPର ଜଣେ ଗେଜେଟେଡ୍ ଅଧିକାରୀ, ୪ ଜଣ ଅଧସ୍ତନ ଅଧିକାରୀ ଏବଂ ୨୯ ଜଣ ଅନ୍ୟ ରାଙ୍କ ସହିତ ଏନଡିଆରଏଫର ଏକ ୧୪ ଜଣିଆ ଦଳ ଦ୍ୱାରା କରାଯାଇଥିଲା।
Responding to a requisition from DC Kinnaur, #ITBP has deployed a rescue team under AC/GD Sameer with mountaineering & RRC equipment after two makeshift bridges on the Kinner Kailash Yatra route were washed away due to incessant rains, leaving several yatris stranded.#Himveers pic.twitter.com/rjatUQeTEV
— ITBP (@ITBP_official) August 6, 2025
ITBP ତାର ଅଫିସିଆଲ୍ X ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛି- ” ଲଗାଣ ବର୍ଷା ଯୋଗୁଁ, କିନ୍ନୌର କୈଳାସ ଯାତ୍ରା ରୁଟରେ ଦୁଇଟି ଅସ୍ଥାୟୀ ସେତୁ ଭାସିଯାଇଛି, ଯାହା ଫଳରେ ଅନେକ ତୀର୍ଥଯାତ୍ରୀ ଫସି ରହିଛନ୍ତି। ଡିସି କିନ୍ନୌରଙ୍କ ଅନୁରୋଧକୁ ଗ୍ରହଣ କରି, ITBP ପର୍ବତାରୋହଣ ଏବଂ RRC ଉପକରଣ ସହିତ ଏକ ଉଦ୍ଧାର ଦଳକୁ ନିୟୋଜିତ କରିଛି।”
Comments are closed.