Latest Odisha News

BREAKING NEWS

ଭାଷା ଭାଗବତ : ଅତୀତ ପାଇଁ ଅତ୍ୟାସକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୩ 

ଅତୀତ ଏବେ ଲୋକସ୍ମୃତି
ତା ପ୍ରତି ଆମ ଅତ୍ୟାସକ୍ତି
କଲେ ହେଁ ଅବିରତ କ୍ଷତି
ଜ୍ଞାନୀଏ ଜାଣି ନ ପାରଂତି

କିଂବା ହୁଏତ ବୁଝି, ଜାଣି
କହଂତି ଜଣାକଥା ପୁଣି
ଏ କାମ ଅତ୍ୟଂତ ସହଜ
ଖଟେନି କାହାର ମଗଜ

ବୃତ୍ତ ପଥରେ ବୁଲି, ଘୂରି
ବଳ ଓ ବେଳ ଦେଉଁ ସାରି
ଏଠାରେ କେହି ବି କାହାରି
ହୁଅଂତିନାହିଁ ହିତକାରୀ

ଜାତିର ଏପରି ସ୍ବଭାବ
ଛଡ଼ାଇ ନେଇଛି ଗୌରବ

 

Leave A Reply

Your email address will not be published.