Latest Odisha News

BREAKING NEWS

ଜୁଆଖେଳ ଉପରେ ଚଢ଼ାଉ: ଉତ୍ତ୍ୟକ୍ତ ଲୋକେ ନିର୍ଦ୍ଧୁମ ପିଟିଲେ ପୋଲିସଙ୍କୁ

ନିଆଳି: ଭୁବନେଶ୍ୱର ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ରାଜସ ପଞ୍ଚାୟତ କୃଷ୍ଣପୁର ଯାତ୍ରାରେ ଜୁଆ ଖେଳ ଉପରେ ଚଢଉ ବେଳେ ନିର୍ଧୁମ ମାଡ଼ ଖାଇଛନ୍ତି ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ। ଲୋକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୋଲିସ କର୍ମଚାରୀ ଗାଡି ଛାଡି ପଳାଇଥିଲେ।

ଖବର ପାଇ ବାଲିପାଟଣା ପୋଲିସ ପହଁଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଗାଡି ଗୁଡିକୁ ଉଦ୍ଧାର କରିଛି। ଘଟଣାଟି ବାଲିପାଟଣା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଶନିବାର କମିସନରେଟ ପୋଲିସ ପକ୍ଷରୁ ଗାଁରେ ଚଢ଼ଉ ହୋଇଥିଲା।

ସୂଚନା ଅନୁସାରେ, ଶୁକ୍ରବାର କୃଷ୍ଣପୁର ଗାଁ ମେଳଣ ପଡିଆରେ ଦ୍ୱିତୀୟ ରାତି ଯାତ୍ରା ହେଉଥିଲା। ଜୁଆ ଖେଳ ହେଉଥିବା ବିଶେଷ ସୂତ୍ରରୁ ସୂଚନା ପାଇ ରାତି ପ୍ରାୟ ସାଢେ ୨ ଟାରେ ସାଧା ପୋଷାକରେ ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ ସେଠାକୁ ଆସିଥିଲେ। ଖବର ଦେବା ପରେ ଅଧିକ କର୍ମଚାରୀ ଆସିଥିଲେ। ଜୁଆ ଖେଳ ପାଖରେ ରୁଣ୍ଡ ହୋଇଥିବା ଲୋକଙ୍କୁ ଲାଠିରେ ପିଟିଥିଲେ। କିଛି ଜୁଆ ଖେଳାଳିଙ୍କୁ ଧରି ଗାଡିରେ ବସାଇଥିଲେ। ସେହି ସମୟରେ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳ ରଣକ୍ଷେତ୍ର ପାଲଟିଯାଇଥିଲା।

ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିଥିଲେ। ହେଲେ ଲୋକେ ଖାତିର ନ କରି ଗୋଡେଇ ଗୋଡେଇ ପିଟିଥିଲେ। ଜୀବନ ବିକଳରେ ପୁଲିସ କର୍ମୀ ସ୍ଥାନ ଛାଡି ଚାଲିଯାଇଥିଲେ। ବାଲିପାଟଣା ପୋଲିସ ଖବର ପାଇ ସେଠାକୁ ଯାଇଥିଲେ। କମିସନରେଟ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି। ଶନିବାର ଅତିରିକ୍ତ ଏସିପି, ଜୋନ୍‌-୪ ଏସିପି ପରେସ କୁମାର ରାଉତ ଏବଂ ବାଲିଅନ୍ତା, ଧଉଳି, ପାହାଳ, ଏୟାର ଫିଲଡ, ଲକ୍ଷ୍ମୀସାଗର ପ୍ରଭୃତି ଥାନାର ଆଇଆଇସି ବାଲିପାଟଣା ଥାନାର ମିଳିତ ଚଢ଼ାଉ ଆରମ୍ଭ ହୋଇଛି। ୧୦ ରୁ ଅଧିକ ଲୋକଙ୍କୁ ପୋଲିସ ଘରୁ ଉଠାଇ ନେଇଛି।

Leave A Reply

Your email address will not be published.