Latest Odisha News

BREAKING NEWS

ଭାଷା ଭାଗବତ : ସାର୍ଥକ ହେବ ଏ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୯ 

ଘରକୁ ବୋଲୁଁ ଏବେ ବିଶ୍ବ
ଲାଗିବନାହିଁ ଆଉ ନିଃସ୍ବ
ଏବେ ହୋଇଲେ ଅଂତର୍ମୁଖୀ
ଚଳିବା ହୋଇ ଆପେ ସୁଖୀ

ଛୋଟ କାମରୁ ମିଳେ ଖୁସି
ଘରେ ରହିଲେ ଶୋଇ ବସି
ହେବାକୁ ପଡ଼େନି ସନ୍ନ୍ୟାସୀ
ଅଥବା ଅତି ଦୁଃସାହସୀ

ଯେଉଁ ଭାଷାକୁ ଭଲ ପାଉଁ
ସେହି ଭାଷାରେ କଥା ହେଉଁ
ମନ ଭାବନା ଦେଉଁ ଲେଖି
ଭାଷାଟି ଆପେ ହେବ ଟେକି

ଅଧିକ ବେଶି ଲୋଡ଼ାନାହିଁ
ସ୍ବଭାଷାପ୍ରେମୀ ହେବା ପାଇଁ
ଅଲୋଡ଼ା ପ୍ରୀତିର ପ୍ରଚାର
ଅନାବଶ୍ୟକ ବାରଂବାର

ଭାଷା ସହିତ ହେଲେ ଯୁକ୍ତ
ସତରେ ହୋଇଯିବା ମୁକ୍ତ
ନ ଥିବ ବାଧା ଓ ବଂଧନ
ଆତ୍ମାକୁ ମିଳିବ ଇଂଧନ

ନିଜେ ହୋଇଲେ ଦୃଢ଼ମନା
କେହି ବି କରିବେନି ମନା
ମିଳିବ ସର୍ବସହଯୋଗ
ଆସିବ ହୀରକ ସୁଯୋଗ

ଥିଲେ ହେଁ ଏତେ ସଂଭାବନା
ନ ହୋଇ ଆଉ ଆନମନା
ଏବେ ହିଁ ହେଉଁ ଭାଷାଚ୍ଛନ୍ନ
ସାର୍ଥକ ହେବ ଏ ଜୀବନ

ବେଳକୁ ନ କରି ଅପେକ୍ଷା
ନିଜଠୁଁ ନିଜେ ନେଇ ଦୀକ୍ଷା
କରିବା ଆସକ୍ତି ସମୀକ୍ଷା
ଦେବା ଏ ଭାଷାକୁ ସୁରକ୍ଷା

 

Comments are closed.