ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୨
ପ୍ରଥମେ ଧ୍ବନି ଉଚ୍ଚାରଣ
କରି ଶିଖଂତି ଶିଶୁଗଣ
ତା’ପରେ ଅକ୍ଷର ଲିଖନ
ଆକାର, ରୂପ, ରଂଗ ଭିନ୍ନ
ବଦଳେନାହିଁ ଉଚ୍ଚାରଣ
ରଂଗ, ରଙ୍ଗ ନୁହଂତି ଭିନ୍ନ
ସହଜେ ବୁଝେ ଶିଶୁ ମନ
ତର୍କ କରଂତି ବିଜ୍ଞଗଣ
ପାଠଶାଳା ଯେ ଯାଇନାହିଁ
ସିଏ ବି ପାରେ ଭାଷା କହି
ନିର୍ଭାଷ ନୁହେ ନିରକ୍ଷର
ଏ ସତ୍ୟ କରିବା ସ୍ବୀକାର
ପରସ୍ପରର ନିଂଦାଗାନ
ଶୁଣାଳି ଶୁଣି ଘନଘନ
ସତେ ହୋଇଲେ ସଂଦିହାନ
ନ କରେ ପଠନ ଲିଖନ
କେବଳ ଗବେଷକଗଣ
ଖୋଜଂତି ଅଯଥା ପ୍ରମାଣ
ଏହା ହିଁ ପ୍ରଧାନ କାରଣ
ଘଟୁନି ଭାଷାର ଉତ୍ଥାନ
ଶ୍ରେଣୀକକ୍ଷର କଡ଼ା ଭାଷା
ବଢ଼ାଇ ପାରେନି ଭରସା
ତତ୍କାଳ ସରିବ ଦୁର୍ଦଶା
କରିହେଉନି ଏବେ ଆଶା
ଭାଷା ଯେହେତୁ ଲୋକାଶ୍ରିତ
ଲୋକେ ହିଁ କରଂତି ଉନ୍ନତ
ଏବେ ତ ସର୍ବେ ଉଦାସୀନ
ବଦଳୁନାହିଁ କାହା ମନ
ତର୍କରେ ଲଭିବା ବିଜୟ
ହୋଇଛି ଏକମାତ୍ର ଧ୍ୟେୟ
ତେଣୁ ଆମର ବିଜ୍ଞଜନ
କରୁଥାଆଂତି ବାକ୍ୟରଣ
Comments are closed.