Latest Odisha News

BREAKING NEWS

ଭାଷା ଭାଗବତ :ତ-ଅଂତ୍ୟ ଶବ୍ଦରାଜି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୪ 

ତ-ଅଂତ୍ୟ ଶବ୍ଦରାଜି ଦେଖି
ବର୍ଣଭେଦ ପାରିବା ଶିଖି
କରିବା ଯଥାର୍ଥ ବନାନ
ଯାହା ଯେଉଁଠି ସମୀଚୀନ

ଅମତ ସ୍ବମତ ଦ୍ବିମତ
ଶ୍ରୀମଂତ ସାମଂତ ହେମଂତ
ସମ୍ମତ ଆଉ ଅସମ୍ମତ
ଉନ୍ମତ୍ତ ଏବଂ ଗର୍ବୋନ୍ମତ୍ତ

କରାମତ୍‌ ଓ ମରାମତ୍‌
କରେ ଯେ ଦେଖାଏ ହିମ୍ମତ୍‌
ଜନ୍ମତଃ ଅମର୍ତ୍ୟ ପ୍ରମତ୍ତ
ଚିହ୍ନିବା ଏ ଶବ୍ଦ ସମସ୍ତ

ସଂଗତ ସ୍ବର୍ଗତ ଭାଗ୍ୟତଃ
ହାଜତ୍‌ ଇଜ୍ଜତ୍‌ ସଂଯତ
ଆପାତତଃ ଓ ଇତସ୍ତତଃ
ଭାଷାତତ୍ତ୍ୱ ଓ ମନସ୍ତତ୍ତ୍ୱ

ଅତ୍ୟଂତ ଉତ୍ତ୍ୟକ୍ତ ଉତ୍ତପ୍ତ
ଉଦ୍ଧତ ବାଧ୍ୟତଃ ବିଧ୍ବସ୍ତ
ବିନତ ଉନ୍ନତ ବିନ୍ୟସ୍ତ
ଏ ସବୁ ସହ ପରିଚିତ

ହୋଇ ଲେଖିଲେ ମନକଥା
ତ୍ରୁଟି ନ ରହିବ ଅଯଥା
ପ୍ରାଚୀନ ସମୃଦ୍ଧ ଏ ଭାଷା
କରୁଛି ଲୋକଂକୁ ଭରସା

ଓତପ୍ରୋତ ଓ ରାଷ୍ଟ୍ରାୟତ୍ତ
ରହସ୍ୟାବୃତ ଇତିବୃତ୍ତ
ପ୍ରାୟୋଜିତ ଓ ପ୍ରାୟଶ୍ଚିତ୍ତ
ଗୁରୁତ୍ବ ମହତ୍ତ୍ୱ ସ୍ବାୟତ୍ତ

ଶାଶ୍ବତ ଈଷତ୍ ବଶତଃ
ଦାସତ୍ୱ ଆଉ ବିଶେଷତ୍ବ
ସେବାୟତ ଓ ଅଣାୟତ୍ତ
ପ୍ରାୟତଃ ସ୍ବତଃ ବିପର୍ଯସ୍ତ

ବର୍ଣର ଭେଦାଭେଦ ଜ୍ଞାନ
ନିଶ୍ଚୟ କରିବା ଅର୍ଜନ
ଆଦୃତ ଭାଷାର ସମ୍ମାନ
ରକ୍ଷା କରିବା ବର୍ତମାନ

ବିଭେଦ ପାଇଲେ ସୁରକ୍ଷା
ଶବ୍ଦର ରୂପ କରି ଶିକ୍ଷା
ସଭିଏଁ ଯାହା ବି ଲେଖିଦା
ଆପଣା ଆଖିରେ ଦେଖିବା

Comments are closed, but trackbacks and pingbacks are open.