Latest Odisha News

BREAKING NEWS

ଦେଶର ସର୍ବୋତ୍ତମ ଆଇଟିଆଇ ମଧ୍ୟରେ ଦ୍ୱାଦଶ ସ୍ଥାନରେ (ଆଇଟିଆଇ) ବ୍ରହ୍ମପୁର

ବ୍ରହ୍ମପୁର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଆଇଟିଆଇ) ବ୍ରହ୍ମପୁର ଦେଶର ସର୍ବୋତ୍ତମ ଆଇଟିଆଇ ମଧ୍ୟରେ ଦ୍ୱାଦଶ ସ୍ଥାନ ଅଧିକାର କରିଛି। ଗ୍ରେଡିଂ ତାଲିକାରେ ୫ ପଏଣ୍ଟରୁ ୪.୦୫ରେ ରହିଛି ବ୍ରହ୍ମପୁର ଆଇଟିଆଇ।

ଏମ୍‌ଏସ୍‌ଡିଇ ଦେଶର ଶ୍ରେଷ୍ଠ ୧୦୦ ଆଇଟିଆଇ ଅନୁଷ୍ଠାନର ରାଙ୍କିଙ୍ଗ୍‌ ତାଲିକା ପ୍ରସ୍ତୁତ କରିଛି। ସେଥିରେ ଦ୍ବାଦଶ ସ୍ଥା‌ନରେ ରହିଛି ବ୍ରହ୍ମପୁର ଆଇଟିଆଇ।

ଆଇଟିଆଇ ବ୍ରହ୍ମପୁର ବ୍ୟତୀତ ଓଡିଶାର ଅନ୍ୟ ୫ଟି ଆଇଟିଆଇ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। ରାଜ୍ୟରେ ଶୀର୍ଷ ମାନ୍ୟତା ପାଇଥିବା ଆଇଟିଆଇ ବ୍ରହ୍ମପୁର ଦେଶର ୧୨,୩୫୨ ପ୍ରତିଷ୍ଠାନ ମଧ୍ୟରେ ଦ୍ୱାଦଶ ସ୍ଥାନରେ ରହିଛି।

ଶ୍ରେଷ୍ଠ ୧୦୦ ରେ ଥିବା ରାଜ୍ୟର ଅନ୍ୟ ପାଞ୍ଚଟି ଆଇଟିଆଇ ହେଉଛି ଆଇଟିଆଇ ହିଞ୍ଜଲିକଟ୍ (୨୧), ଆଇଟିଆଇ ଯାଜପୁର (୩୧), ଆଇଟିଆଇ କଟକ (୩୫), ଆଇଟିଆଇ ଝାରସୁଗୁଡା (୪୭) ଏବଂ ଆଇଟିଆଇ ପୁରୀ (୯୬)।

ଆଇଟିଆଇ ବ୍ରହ୍ମପୁରର ପ୍ରିନ୍ସପାଲ ଡ. ରଜତ ପାଣିଗ୍ରାହୀ ଅତ୍ୟନ୍ତ ଆନନ୍ଦିତ ଥିବା ସହିତ ଏହା ଅନୁଷ୍ଠାନ ପାଇଁ ଏକ ଉତ୍ତମ ମୁହୂର୍ତ୍ତ ବୋଲି କହିଥିଲେ।

Leave A Reply

Your email address will not be published.