Latest Odisha News

ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ।  ଡ଼କାୟତି ଯୋଜନା କୁ ବିଫଳ  କରିବା ସହିତ ୫ ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ କରିଛି ପାହାଳ ପୋଲିସ । ପାହାଳ ନିକଟ ଅଟଳା ଗାଁ ନିକଟରେ ଥିବା ଏକ ନିର୍ମାଣାଧୀନ ବ୍ରିଜ୍ ଉପରେ ସଶସ୍ତ୍ର ଡ଼କାୟତି ନିମନ୍ତେ ଯୋଜନା କରୁଥିବା ନେଇ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିଲେ ପାହାଳ ପୋଲିସ ।

ପୁଲିସ ଟିମ ଘଟଣା ସ୍ଥଳରେ ଚଢଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ୪ ଜଣ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଜଣେ କଟକ ସଦର ଥାନା ଅଞ୍ଚଳର।  ସେମାନେ ଅଭ୍ୟାସଗତ ଅପରାଧୀ ବୋଲି ପୋଲିସ ଜାଣିବାକୁ ପାଇଛି।

ସୋମାନଙ୍କ ମଧ୍ୟରେ ଅଭିଯୁକ୍ତ ପିଣ୍ଟୁ ଦାସଙ୍କ ନାମରେ ପୂର୍ବରୁ ବାଲିଅନ୍ତା ଥାନାରେ ୮ଟି ମାମଲା ରହିଥିବା ବେଳେ ସଦର ଥାନାରେ ୫ଟି, ପାହାଳ ଥାନାରେ ୨ଟି, ଜଗତପୁର ଥାନା ଏବଂ ବରାଙ୍ଗ ଥାନାରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରହିଛି । ସେହିପରି ଅଭିଯୁକ୍ତ ଏସ.କେ ସରିଫଙ୍କ ନାମରେ ପୂର୍ବରୁ ନୟାପଲ୍ଲୀ ଥାନାରେ ଗୋଟିଏ ମାମଲା ରହିଥିବା ବେଳେ ବାଲିଅନ୍ତା ଥାନାରେ ମଧ୍ୟ ଗୋଟିଏ ମାମଲା ରହିଛି । ଅଭିଯୁକ୍ତ ଆୟୁବ ଖାନଙ୍କ ନାମରେ ପୂର୍ବରୁ ସଦର ଥାନାରେ ୫ଗୋଟି ଅପରାଧିକ ମାମଲା ରହିଥିବା ବେଳେ ବାଲିପାଟଣା ଥାନା, ଓଲଟପୁର ଥାନା ଏବଂ କ୍ୟାଣ୍ଟନମେଣ୍ଟ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି । ସେହିପରି ଅଭିଯୁକ୍ତ ବାବୁ ଖାନଙ୍କ ନାମରେ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ସର୍ବାଧିକ ୧୦ଟି ଅପରାଧିକ ମାମଲା ରହିଥିବା ବେଳେ, ଖାରବେଳନଗର ଥାନାରେ ୫ଟି, ନନ୍ଦନକାନନ ଥାନାରେ ୨ଟି, ବାଲିପାଟଣା ଥାନା, ତମାଣ୍ଡୋ ଥାନା, ମଞ୍ଚେଶ୍ଵର ଥାନା, ଚନ୍ଦ୍ରଶେଖରପୁର ଥାନା ଓ ବାଲିଅନ୍ତା ଥାନାରେ ଗୋଟିଏ ଲେଖାଏଁ ଅପରାଧିକ ମାମଲା ରହିଛି ।

ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଖେଳନା ବନ୍ଧୁକ, ଛୁରୀ, ଦୁଇଟି ବାଇକ, ନିଶାଦ୍ରବ୍ୟ ଜବତ କରାଯାଇଛି। ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି  ।

Leave A Reply

Your email address will not be published.