Latest Odisha News

BREAKING NEWS

୪୦ ଦିନ ପରେ ବି ଚେତାଶୂନ୍ୟ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ: ହିନ୍ଦୀ ଜଗତର ହାସ୍ୟ ଅଭିନେତା ରାଜୁ ଶ୍ରୀବସ୍ତବଙ୍କର ସ୍ୱାସ୍ଥ୍ୟବସ୍ଥାରେ ଆସୁନାହିଁ ସୁଧାର। ଇତିମଧ୍ୟରେ ୪୦ ଦିନ ବିତିଗଲାଣି। ତଥାପି ସେ ଚେତା ଶୂନ୍ୟ ଅବସ୍ଥାରେ ଅଛନ୍ତି। ଡାକ୍ତରୀ ଟିମ୍‌ ନିରନ୍ତର ସେବା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରର ଗୋଟିଏ ଅଙ୍ଗକୁ ଛାଡି ଦେଲେ ବାକି ସବୁ ଅଙ୍ଗ ଧିରେ ଧିରେ କାମ କରିବା ଆରମ୍ଭ କଲାଣି।

ଡାକ୍ତରଙ୍କ କହିବା ଅନୁଯାୟୀ ରାଜୁଙ୍କ ମସ୍ତିଷ୍କ ଏଯାଏଁ କାମ କରୁନାହିଁ। ମସ୍ତିଷ୍କରେ ଅମ୍ଳଜାନର ଅଭାବ ହେତୁ ରାଜୁଙ୍କର ଚେତା ଫେରୁନାହିଁ। ଯଦିଓ ରାଜୁ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି, କିନ୍ତୁ ତାଙ୍କ ଭାଇ ଦୀପୁଙ୍କ ଅନୁଯାୟୀ ରାଜୁଙ୍କୁ ଡାକ୍ତରମାନେ ଭେଣ୍ଟିଲେଟର ହଟାଇବା ପାଇଁ ଅନେକ ଥର ବିଚାର କରିଛନ୍ତି, କିନ୍ତୁ ବାରମ୍ବାର ଜ୍ୱର ହେତୁ ରାଜୁଙ୍କୁ ଭେଣ୍ଟିଲେଟରେ ରଖିବାକୁ ବାଧ୍ୟ ହେଉଛନ୍ତି।

ସୂଚନା ଥାଉକି ଯେ, ଅଗଷ୍ଟ ୧୦ ତାରିଖରେ ଦିଲ୍ଲୀର ଏକ ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦ୍‌ଘାତର ଶିକାର ହୋଇଥିଲେ ରାଜୁ। ସେବେଠାରୁ ସେ ଦିଲ୍ଲୀର AIIMSରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଯାଏ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ଏହି ପ୍ରିୟ ହାସ୍ୟ ଅଭିନେତାଙ୍କ ମଙ୍ଗଳ ପାଇଁ ସମଗ୍ର ଦେଶ ପ୍ରାର୍ଥନା କରୁଛି। ରାଜୁଙ୍କ ପରିବାର ସହିତ ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶା କରୁଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇଯିବେ।

କିଛି ଦିନ ପୂର୍ବେ କୁହାଯାଉଥିଲା ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। କିନ୍ତୁ ତାଙ୍କ ଭାଇ ଏହି ଖବରକୁ ଖଣ୍ଡନ କରିଛନ୍ତି। ରାଜୁଙ୍କ ଭାଇ ଦୀପୁ ଶ୍ରୀବାସ୍ତବ କହିଛନ୍ତି ଯେ ‘ବର୍ତ୍ତମାନ ଏହି ଡାକ୍ତରଖାନାରୁ ସେ ରାଜୁ ଶ୍ରୀବାସ୍ତବଙ୍କୁ ସିଧାସଳଖ ତାଙ୍କ ଘରକୁ ନେବାକୁ ଚାହୁଁଛନ୍ତି। ତାଙ୍କୁ ବିଶ୍ୱାସ ଯେ ତାଙ୍କ ଭାଇ ରାଜୁଙ୍କ ସ୍ୱାସ୍ଥ୍ୟ ଶୀଘ୍ର ସୁସ୍ଥ ହୋଇଯିବ ଏବଂ ତାଙ୍କର ଚେତା ଫେରିବ।’

Comments are closed.