Latest Odisha News

BREAKING NEWS

ଆଜି ମହାଳୟା; କାହିଁକି ଓ କିପରି ହୁଏ ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି।

ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ମହାଳୟା ପଡିଥାଏ । ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠ । ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି କରାଯାଉଥିବାରୁ ଏହାକୁ ପିତୃ ପର୍ବ କୁହାଯାଏ ।  ପ୍ରତିପଦା ଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ହେଉଛି ପିତୃପକ୍ଷ । ପିତୃପକ୍ଷରୁ ଚତୁର୍ଦ୍ଦଶୀ ଯାଏଁ  ତର୍ପଣ ପରେ ଅମାବାସ୍ୟାରେ ପିଣ୍ଡ ଦାନ କରିବାର ବିଧି  ରହିଛି ।

ଅନ୍ୟପଟେ ଦେବୀଙ୍କ ପୀଠ ମାନଙ୍କରେ ମା’ଙ୍କ ଷୋଡ଼ଶ ପୂଜା ଚାଲିଛି। ମହାଳୟା ଅମାବାସ୍ୟା ଠାରୁ ଦେବୀ ଦୂର୍ଗାଙ୍କ ନବରାତ୍ରି ପୂଜା ତଥା ଶାରଦୀୟ ଦଶହରା ପର୍ବ ଆରମ୍ଭ ହୋଇ ଥାଏ ।

ପରିସ୍ଥିତି ସାମାନ୍ୟ ଥିଲେ ଆଜି ଶ୍ରୀକ୍ଷେତ୍ର ପୁରୀରେ ପିଣ୍ଡଦାନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାନ୍ତା। ଭୁବନେଶ୍ଵର ବିନ୍ଦୁ ସାଗର ଏବଂ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ କଲେ ପୂଣ୍ୟ ଅର୍ଜନ କରିବେ ହୁଏ ବୋଲି ବିଶ୍ୱାସ ରହିଛି।

Leave A Reply

Your email address will not be published.