Latest Odisha News

BREAKING NEWS

ମୁଁ ବି ନକ୍ସଲ ଓ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଥିଲି :ବିବେକ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସର୍ବଦା ତାଙ୍କ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ କହିଛନ୍ତି, ମୁଁ ବି ନକ୍ସଲ ଓ ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଥିଲି । ମାତ୍ର ପରେ ମୋ ବିଚାରଧାରାରେ ପରିବର୍ତନ ଆସିଥିଲା । ସର୍ବଦା ବିରୋଧ ଓ ସମାଲୋଚନା କରିବା ଯୋଗୁ ଜଣେ ବ୍ୟକ୍ତି ନିରାଶବାଦୀ ପାଲଟି ଯାଇଥାଏ । ସମାଜରେ ତୁମ ଯୋଗଦାନ ନ୍ୟୁନ ହୋଇ ରହିଯାଇଥାଏ । ଆଉ ତୁମେ ଜଣେ ହତୋତ୍ସାହିତ ଯୁବକ କିମ୍ବା ଯୁବତୀରେ ପରିଣତ ହୋଇଯିବ । ଜେଏନୟୁ ପଢ଼ୁଥିବା ଛାତ୍ରଙ୍କ ବ୍ରେନୱାଶ କରିବାକୁ ଚେଷ୍ଟା କରାଯାଇଥାଏ । ସେମାନେ ଯଦି ଏଥିରେ ମାତି ଯାଆନ୍ତି ତାହାହେଲେ ଜଣେ ସମାଲୋଚକ ଭାବେ ରହି ଯାଇଥାନ୍ତି ।

ଯଦି ତୁମେ ଚାହିଁବ କୌଣସି ଇନଷ୍ଟିଚ୍ୟୁଟ ତୁମକୁ ବଦଳାଇ ପାରିବ ନାହିଁ । ସୂଚନାଯୋଗ୍ୟ, ଜେଏନୟୁରେ ଅନେକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ୨୦୧୬ରେ ଆତଙ୍କବାଦୀ ଅଫଜଲ ଗୁରୁଙ୍କ ସପକ୍ଷରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ସେ ସମୟର ଛାତ୍ର ସଂସଦ ଅଧ୍ୟକ୍ଷ କହ୍ନେୟା କୁମାର ସମେତ ଅନେକ ନେତାଙ୍କୁ ପୋଲିସ ଗିରଫ କରିଥିଲା । ଗତ ବର୍ଷ କ୍ୟାମ୍ପସର ପାଚେରୀରେ ବ୍ରାହ୍ମଣ ଓ ବଣିଆଙ୍କୁ କ୍ୟାମ୍ପସ ଛାଡିବା ପାଇଁ ଲେଖା ଯାଇଥିଲା । ଜେଏନୟୁରେ ଅନେକ ବିବାଦ ସୃଷ୍ଟି ହୋଇଥିଲେ ମଧ୍ୟ ଏଥିରୁ ଅନେକ ଛାତ୍ର ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ।

Leave A Reply

Your email address will not be published.